ନିମାପଡା ବିଧାୟକଙ୍କ ନାମରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଥିବା ବିଜେଡି ନେତ୍ରୀ ସାଇବର ଥାନାର ହେଲେ ଦ୍ୱାରସ୍ଥ

0 124

ପୁରୀ : ନିମାପଡ଼ା ବିଧାୟକ ସମୀର ଦାଶଙ୍କ ବିରୋଧରେ ହତ୍ୟା ଉଦ୍ୟାମ ଅଭିଯୋଗ ଆଣିଥିବା ନିମାପଡ଼ାର ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ ପୁଣି ପୁରୀ ସାଇବର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ବିଧାୟକ ସମୀର ଦାସଙ୍କ କିଛି ସମର୍ଥକ ତାଂକ ସୋସିଆଲ ମିଡ଼ିଆରୁ ଫଟୋ ନେଇ ସୋସିଆଲ ମିଡ଼ିଆରେ ଅଶ୍ଳୀଳ କମେଣ୍ଟ କରି ଏହାକୁ ଭାଇରାଲ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ ପୁରୀ ସାଇବର ଥାନା ପୋଲିସ କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ବିଜେଡି ନେତ୍ରୀ ଜ୍ୟୋସ୍ନାରାଣୀ ଏତଲା ଦେଇଛନ୍ତି । ଏଥି ସହିତ ବିଧାୟକ ସମୀର ଦାଶଙ୍କ ବିରୋଧ ପୁଣି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଜ୍ୟୋସ୍ନାରାଣୀ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି ବିଧାୟକ ସମୀର ଦାଶ ତାଂକ ସହିତ ଅନୈତିକ ସମ୍ପର୍କ ରଖିବା ପାଇଁ ପରୋକ୍ଷରେ କହିଥିଲେ । ତାଙ୍କୁ ଦାମୀ ମୋବାଇଲ ଗିଫ୍ଟ ଦେବାକୁ ପ୍ରସ୍ତାବ ଦେଇଥିଲେ । ସେହିପରି ତାଂକ ସହ ଭୁବନେଶ୍ୱର ଯାଇ ବୁଲାବୁଲି କରିବା ପାଇଁ ବାରମ୍ବାର କହିଥିଲେ । ହେଲେ ଏହାକୁ ସେ ବିରୋଧ କରିବା ସହ ବିଧାୟକ ଯେଭଳି ତାଙ୍କୁ ଭାବୁଛନ୍ତି ସେ ସେଭଳି ମହିଳା ନୁହନ୍ତି ବୋଲି ରୋକଠୋକ କହିଥିଲେ ।

hiring

ବିଧାୟକ ସମୀର ଦାସ ମନ୍ଦ ଉଦ୍ଦେଶ୍ୟ ନେଇ ସବୁବେଳେ ତାଙ୍କୁ ଫୋନ୍‌ କରି କଥା ହେବା ପାଇଁ ଉଦ୍ୟମ ପୂର୍ବରୁ କରିଥିଲେ ବୋଲି ଜ୍ୟୋସ୍ନାରାଣୀ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେବା ପରେ ପୁଣି ଏହା ଚର୍ଚ୍ଚାର ବିଷୟ ହୋଇଛି । କିଛି ଦିନ ତଳେ ପୁରୀ ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ପଛରେ ବିଧାୟକ ସମୀର ଦାଶ ଚକ୍ରାନ୍ତ ଥିବା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଥଲା । ପରେ ଏହି ବିବାଦକୁ ନେଇ ବିଧାୟକ ସମୀର ଦାଶଙ୍କ ମନ୍ତ୍ରୀ ପଦ ଚାଲିଯାଇଥିବା ଚର୍ଚ୍ଚା ହୋଇଥିଲା । ତେବେ ଏହି ମାମଲା ଏବେ ଥଣ୍ଡା ପଡିନଥିବା ବେଳେ ପୁଣି ନିମାପଡ଼ାର ଜଣେ ମହିଳା ବିଧାୟକ ସମୀର ଦାଶଙ୍କ ନାମରେ ଅନୈତିକ ସମ୍ପର୍କ ରଖିବା ପାଇଁ ବିଧାୟକ ଉଦ୍ୟମ କରିବା ଅଭିଯୋଗ ଆସିବା ପରେ ସମିରକୁ ନେଇ ବିଜେଡି ଏବେ ଅଡୁଆରେ ପଡ଼ିଛି । ତେବେ ବିଧାୟକ ସମୀର ଦାସଙ୍କ ଚାପ ଯୋଗୁ ତାଙ୍କ ମାମଲା ଉପରେ ନିମାପଡ଼ା, ଗୋପ ପୋଲିସ୍‌ ପକ୍ଷରୁ ଉପଯୁକ୍ତ ତଦନ୍ତ କରାଯାଉ ନଥିକା ଜ୍ୟୋସ୍ନାରାଣୀ ଅଭିଯୋଗ କରିଛନ୍ତି । ସେ ଏବେ ବହୁତ୍‌ ମାନସିକ ଚାପ ରେ ଅଛନ୍ତି । ପୁରୀ ଏସପି ଏହି ମାମଲାକୁ ଗୁରୁତର ସହ ନେଇ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନେବାକୁ ବିଜେଡ଼ିର ନେତ୍ରୀ ଜ୍ୟୋସ୍ନା ରାଣୀ ନାୟକ ନିବେଦନ କରିଛନ୍ତି । ସେପଟେ ବିଜେଡ଼ିର ନେତ୍ରୀ ଜ୍ୟୋସ୍ନାରାଣୀ ନାୟକ ଅଭିଯୋଗ ଉପରେ ବିଧାୟକ ସମୀର ଦାଶ ଅବା ପୁରୀ ଏସପିଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

hiranchal ad1
Leave A Reply

Your email address will not be published.

1 × 2 =