ବୌଦ୍ଧ : ବୌଦ୍ଧ ଜିଲା ପୋଲିସ ଦ୍ୱାରା ଚାଲିଥିବା ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମାଉସୀମା ସଭାଗୃହ ଠାରେ ଉଦଯାପିତ ହୋଇଯାଇଛି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମାରିଅନସ୍ ମିଞ୍ଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ରାଜପ୍ରସାଦ ଯୋଗଦେଇଥିଲେ । ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲାପାଳ ରବିନ୍ଦ୍ର ନାଥ କହଁର, ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆରସି ହେମ୍ରମ ଯୋଗଦେଇଥିଲେ । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଜିଲାରେ ସାଇବର ଅପରାଧ ନିୟନ୍ତ୍ରଣ ସଚେତନ ରଥ ଶୁଭାରମ୍ଭ ହୋଇଥିଲା । ସଚେତନ ରଥ ଜିଲ୍ଲାର ବିଭିନ୍ନ ଗ୍ରାମ, ଜନ ଗହଳି ସ୍ଥାନ ବୁଲି ଲୋକଙ୍କୁ ସଚେତନ କରିଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ, ମହିଳା, ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ, କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।