ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପରିସରର ସମ୍ମିଳନୀ କକ୍ଷରେ ଏକ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମିଲେଟ୍ସ ଅର୍ଥାତ୍ କ୍ଷୁଦ୍ର ଶସ୍ୟ ଦ୍ୱାରା ନିର୍ମିତ ଖାଦ୍ୟ ଖାଇଲେ କେଉଁ କେଉଁ ଭିଟାମିନ ମିଳିଥାଏ ସେ ବିଷୟରେ ଅତିଥିମାନେ ବୁଝାଇଥିଲେ । ନିୟମିତ ଜଳଖିଆ ଠାରୁ ରାତ୍ରି ଭୋଜନ ପର୍ଯ୍ୟନ୍ତ ଫାଷ୍ଟ ଫୁଡ୍ରୁ ଦୂରେଇ ରହି କ୍ଷୁଦ୍ର ଶସ୍ୟ ଜାତୀୟ ଖାଦ୍ୟ ଖାଇଲେ କିଡନୀ ଓ ଲିଭର ସମସ୍ୟା ହ୍ରାସ ପାଇବା ସହ ସୁଗାର ଓ ରକ୍ତ ଚାପ ଭଳି ରୋଗ ଗୁଡ଼ିକ ନିୟନ୍ତ୍ରିତ ହୋଇ ପାରିଥାଏ । ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ମାନଙ୍କ ଜରିଆରେ ପ୍ରତି ଲୋକଙ୍କ ନିକଟରେ ଏହି ବାର୍ତ୍ତା ପହଞ୍ଚାଇବା ହେଉଛି ଆଜିର ମୁଖ୍ୟ ଉଦ୍ଦେଶ୍ୟ । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ନନ୍ଦାହାଣ୍ଡି ଗୋଷ୍ଠି ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁ, ସମ୍ମାନିତ ଅତିଥି ଭାବେ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ସୁପରଭାଇଜର ଶାନ୍ତି ଲତା ଭୂମିଆ ଯୋଗ ଦେଇଥିଲେ । ପାଞ୍ଚ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀର ସଭ୍ୟା ମାନେ ପ୍ରଶିକ୍ଷଣ ଶିବିରରେ ଭାଗ ନେଇଥିଲେ । ଏହାକୁ ନନ୍ଦାହାଣ୍ଡି ବ୍ଲକର ମିଲେଟ୍ସ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ଏନଜିଓ ‘ଦୋସ୍ତ’ ଆଜିର ଏହି କାର୍ଯ୍ୟକ୍ରମ ଆୟୋଜିତ କରିଥିଲା । ଏନଜିଓ ‘ଦୋସ୍ତ’ ର ବ୍ଲକ ସଂଯୋଜକ ଜାକୋବ ବନ୍ୟା, ସହ ସଂଯୋଜକ ମନୋଜ କୁମାର ସାଧୁ ସହ ସମସ୍ତ ସି ଆର ପି ମାନେ ଯୋଗ ଦେଇଥିଲେ ।