ଘୁ ଉଦୟଗିରି:ଗତକାଲି ସନ୍ଧ୍ୟା ପ୍ରାୟ ୮ ଘଣ୍ଟିକା ସମୟରେ ଏକ ଷ୍ଟିଲ ରେଲିଂ ବୋଝେଇ ହୋଇ ଯାଉଥିବା ୧୪ ଚକିଆ ଟ୍ରକ କଳିଙ୍ଗା ଘାଟିର ବୁଲାଣୀ ରାସ୍ତାରେ ଭାରସାମ୍ୟ ହରାଇ ପ୍ରାୟ ୫୦ ଫୁଟ ତଳକୁ ଖସି ପଡିଥିବା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭର ଗାଡିରୁ ଡେଇଁ ପଡିଥିଲେ ଏବଂ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଘୁ.ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଖବର ପାଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଆଦର୍ଶ ଥାନା ଆଇଆଇସି ଅଜୟ କୁମାର ସ୍ୱାଇଁ, ଏସ୍ଆଇ ଅନନ୍ତ କୁମାର ପ୍ରଧାନ, ଏଏସ୍ଆଇ ବିନୟ କୁମାର ମହାରଣା, ଏଏସ୍ଆଇ ବୁଲୁ ବେହେରା ଏବଂ ଏଏସ୍ଆଇ କାମରାଜ ରେଡି ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଅଧିକ ତଦନ୍ତ କରିଥିବା ବେଳେ ସେପଟେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଏସଆଇ ବଣ୍ଟି ଦଣ୍ଡିଆ ଓ ରମେଶ ଚନ୍ଦ୍ର ଦାସ ଉପସ୍ଥିତ ରହି ଆହତ ଡ଼୍ରାଇଭରଙ୍କୁ ସାହାଯ୍ୟ କରୁଥିବା ବେଳେ ଡ୍ରାଇଭର ଜଣକ ନମ୍ପି ରାଜନ୍( ୩୨ )କେଲେ ସାଲ୍ଭା, ତିର୍ ନାଲଭେଲି ଜିଲ୍ଲା,ତାମିଲନାଡୁର ହୋଇଥିବା ସୂଚନା ରହିଛି । ସେ ସମ୍ବଲପୁର ଠାରୁ କଇମ୍ବାତୋର ଷ୍ଟିଲ ରେଲିଂ ନେଇ ଯାଉଥିଲେ । ତେବେ ସମ୍ମୁଖ ଚକା ଫାଟି ଯିବା ଦ୍ୱାରା ଗାଡି ୫୦ ଫୁଟ ତଳକୁ ଖସି ଚୁର୍ମାର ହୋଇଛି ବା ଗାଡି ଖଣ୍ଡ ବିଖଣ୍ଡ ହୋଇଛି । ତେବେ ଡ୍ରାଇଭର ଜଣକଙ୍କ ଉପସ୍ଥିତ ବୁଦ୍ଧି ଖଟେଇ ଥିବାରୁ ବଞ୍ଚି ଯାଇଛନ୍ତି ।ତାଙ୍କ ଡ଼ାହାଣ ହାତ ଡେଣା ଆଘାତ ହୋଇଥିବା ବେଳେ ଡାହାଣ ଓ ବାମ ଗୋଡ ମଧ୍ୟ ମାଡ ହୋଇଥିବା କାର୍ଯ୍ୟରତ ଡାକ୍ତର ଅଶୋକ କୁମାର ପ୍ରଧାନ ପ୍ରକାଶ କରିଛନ୍ତି । ତେବେ ଅଧିକ ଚିକିତ୍ସା ଆହାତ ମାନଙ୍କୁ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ପ୍ରକାଶ ସୂଚନା ରହିଛି ।