ଗଜପତିକୁ ମରୁଡି ପ୍ରଭାବିତ ଜିଲ୍ଲା ଘୋଷଣା ପାଇଁ ବିଧାୟକଙ୍କ ଚିଠି

0 195

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରୁ ପ୍ରାୟ ଗତ ଦୁଇ ମାସ ହେଲାଣି ବର୍ଷା ହଜିଯାଇଥିବା ଯୋଗୁଁ ଚାଷୀ ଓ ଚାଷ ଅବସ୍ଥା ଚିନ୍ତାଜନକ । ଜିଲ୍ଲାର ମୁଖ୍ୟତଃ କାଶୀନଗର, ଗୋଷାଣୀ, ଗୁମା ବ୍ଲକରେ ଚାଷୀ ଧାନ ଚାଷ କରୁଥିବା ବେଳେ ଏଠାରେ କୌଣସି ବଡ଼ ଜଳ ଉତ୍ସ ନଥିବା ଯୋଗୁଁ ଚାଷୀ ସବୁବେଳେ ବର୍ଷା ଜଳକୁ ହିଁ ନିର୍ଭର କରି ଚାଷ କରିଥାଏ କିନ୍ତୁ ଚଳିତ ବର୍ଷ ଆବଶ୍ୟକୀୟ ପରିମାଣର ବର୍ଷା ନହେବାରୁ ଜମିରେ ଫାଟ ସୃଷ୍ଟି ହୋଇଗଲାଣି, ଫସଲ ହୋଇଥିବା ଧାନ ସବୁ ଜଳ ଅଭାବରୁ ନଷ୍ଟ ହେବାକୁ ଯାଉଛି । ତେଣୁ ପାରଳା ବିଧାୟକ କେ. ନାରାୟଣ ରାଓ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ପତ୍ର ମାଧ୍ୟମରେ ଜଣାଇବା ସହ ଜିଲ୍ଲାକୁ ମରୁଡି ପ୍ରଭାବିତ ଅଞ୍ଚଳ ଘୋଷଣା କରିବାକୁ ଅନୁରୋଧ କରିଛନ୍ତି । ଯେହେତୁ ଗଜପତି ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା ଚାଷୀ କ୍ଷତିଗ୍ରସ୍ତ ହେଲେ ଏଠାରେ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ପ୍ରଭାବିତ ହେବ ବୋଲି ସେ ଦର୍ଶାଇଛନ୍ତି ।

hiring
hiranchal ad1
Leave A Reply

Your email address will not be published.

15 − 11 =