ପାରିବାରିକ କହଳର କରୁଣ ପରିଣତି,ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

0 80

ଦାନଗଦୀ : କଳିଙ୍ଗନଗର ଥାନା ଅନ୍ତର୍ଗତ ବାରଗାଡିଆ ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଖବର ମୁତାବକ ବାରଗାଡିଆ ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ବାସ ଗୃହ ମଧ୍ୟରେ ତାଙ୍କ ସ୍ତ୍ରୀ କୁନି ସାହୁ(୪୫)ଙ୍କର ମୃତ୍ୟୁ ହୋଇଛି । କଳିଙ୍ଗନଗର ପୋଲିସ ସୂଚନା ପାଇ ସାଇଣ୍ଟିଫିକ ଟିମ ସହାୟତାରେ ଆଜି ଦିବା ୨ ଘଟିକା ସମୟରେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି । ମୃତକ ମହିଳାଙ୍କ ସ୍ୱାମୀ ପ୍ରଫୁଲ୍ଲ ସାହୁ ଫେରାର ଥିବା ବେଳେ ସ୍ଥାନୀୟ ପୋଲିସର ସନ୍ଦେହ ସୃଷ୍ଟି ହେଉଥିବା ଜଣାପଡ଼ିଛି । ଶୁଣିବାକୁ ମିଳୁଛି ଦୀର୍ଘ ଦିନ ହେବ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କହଳ ଲାଗି ରହିଥିଲା,ସ୍ୱାମୀ ପ୍ରଫୁଲ ସ୍ତ୍ରୀ କୁନିଙ୍କୁ ତଣ୍ଟି ଚିପି ମାରି ଫେରାର ଥିବାର ସନ୍ଦେହ କରାଯାଉଛି । ପ୍ରଫୁଲ୍ଲଙ୍କର ଘର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଲିକୁଦା ଗାଁରେ ସେ ତାଙ୍କ ଭଉଣୀ ଘର ବାରଗଡିଆରେ ଦୀର୍ଘ ଦିନ ହେବ ରହୁଥିବା ଜଣାପଡିଛି । ପୋଲିସ ମୃତଦେହ ଜବତ କରି ବ୍ୟବେଚ୍ଛେଦ ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ।

hiranchal ad1
Leave A Reply

Your email address will not be published.

seven − seven =