ବାଲିଗୁଡା ଉପଖଣ୍ଡ ପ୍ରଶାସନ ଦ୍ୱାରା ବିଭିନ୍ନ ଭୋଟର ସଚେତନତା କାର୍ଯ୍ୟକ୍ରମ

0 170

ବାଲିଗୁଡ଼ା: ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡି଼ଶାଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ଅଭିଯାନ – ୨୦୨୪ ଅବସରରେ ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ, ବାଲିଗୁଡ଼ା ଶ୍ରୀମତୀ ମଧୁମିତଙ୍କ ନେତୃତ୍ୱରେ ଯୁବ ଭୋଟରଙ୍କୁ ସଚେତନ କରିବା ସହିତ ସେମାନଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରକୃଳିତ କରିବା ନିମନ୍ତେ ଉପଖଣ୍ଡ ପ୍ରଶାସନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ସହକାରୀ ଜିଲ୍ଲାପାଳ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା, ସ୍ଥାନୀୟ ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ “ରେଡ଼ିଓ ମହକ’ ଜରିଆରେ ସଚେତନତା ବାର୍ତ୍ତା ଦେଇ ଭୋଟରଙ୍କୁ ସଚେତନ କରିଛନ୍ତି । ସହାୟକ ଜିଲ୍ଲାପାଳ ରୂପକ କୁଳର ଏକ ସଚେତନତା ରଥର ଶୁଭଦଘାଟନ କରିଛନ୍ତି । ଜାହା ବିଭିନ୍ନ ସଚେତନାତ୍ମକ ତଥ୍ୟର ନାରା ଦେଇ ଆଗାମୀ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ବାଲିଗୁଡ଼ା ଉପଖଣ୍ଡର ସମସ୍ତ ଗ୍ରାମକୁ ବୁଲି ଭୋଟରଙ୍କୁ ସଚେତନ କରିବ । ଉକ୍ତ ସଚେତନତା ରଥର ଉଦଘାଟନୀ କାର୍ଯ୍ୟକ୍ରମରେ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ସମେତ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଏତଦ୍‌ ବ୍ୟତୀତ ଉପଖଣ୍ଡ ପ୍ରଶାସନ ଦ୍ୱାରା ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଠାରେ ଏକ ସଚେତନାତ୍ମକ ବୈଠକ ଆୟୋଜନ କରାଯାଇଥିଲା । ଉକ୍ତ ବୈଠକରେ ସହାୟକ ଜିଲ୍ଲାପାଳ ରୂପକ କୁଳର, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା, ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ସମେତ ଅଧ୍ୟାପକ ଡ.ସୁଶାନ୍ତ କୁମାର ଦାସ, ଉପକାର ଦିଗାଳ, ଅଭିମନ୍ୟୁ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମତଦାନର ମହତ୍ୱ ଏବଂ ଦେଶ ଗଠନରେ ଯୁବ ଭୋଟରଙ୍କ ଅବଦାନ, ଭୋଟର ତାଲିକାରେ ନାମ ପଞ୍ଜିକରଣ, ସଂଶୋଧନ, ଅପସାରଣ ଏବଂ ସ୍ଥାନାନ୍ତରଣ ଆଦି ପ୍ରକ୍ରିୟା ବିଷୟରେ ସଚେତନ କରାଇଥିଲେ ।

hiranchal ad1
Leave A Reply

Your email address will not be published.

twelve − eleven =