କାମ କଲାନି ପାୱାର, ଜେଲ୍‌ରେ କଟିଲା ବିବାଦୀୟ ପ୍ରଯୋଜକଙ୍କ ରାତି

0 91

ଜେଲରେ ବିନା ଫୋନ୍ ରେ ଏବଂ ବିନା ଏସି ରୁମ୍ ରେ ଟୁଟୁଙ୍କ ରାତି କଟିଛି। ଜାମିନ୍‌ ନାମଞ୍ଜୁର ହେବାପରେ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକଙ୍କର ଶନିବାର ରାତି ଝାରପଡା ଜେଲରେ ପରିସର ରେ କଟିଛି । ସାମ୍ବାଦିକାଙ୍କ ଅଭିଯୋଗ ପରେ ପୁଲିସ ଟୁଟୁଙ୍କୁ ଗିରଫ କରି ଗତକାଲି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡା ଜେଲ ଯିବାକୁ ପଡିଥିଲା । ତେବେ ଆସନ୍ତାକାଲି ଏହି ମାମଲାର ଶୁଣାଣି ହେବ । ସେ ପୁଣି ଜେଲରେ ରହିବେ ନା ମୁକୁଳିବେ ତାହା କୋର୍ଟଙ୍କ ରାୟ ଉପରେ ନିର୍ଭର କରୁଛି । ତେବେ ଦୁର୍ବ୍ୟହାର ସମୟର ସିସିଟିଭି ଫୁଟେଜ୍, ସାମ୍ବାଦିକାଙ୍କ ଅଭିଯୋଗ ଓ ସାକ୍ଷୀଙ୍କ ବୟାନକୁ ଭିତିକରି ଟୁଟୁ ନାୟକଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଆଇପିସି ଧାରା ୩୨୩, ୩୪୧, ୩୫୪ ଓ ୨୯୪ ମାମଲା ରୁଜୁ କରିଛି ପୋଲିସ । ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି । ମହିଳା ସାମ୍ବାଦିକା ଟୁଟୁଙ୍କ ବିରୋଧରେ ଅଭିଯୋଗ କରିବା ପରେ, ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ମାମଲାକୁ ଗୁରୁତର ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଥିଲେ ମହିଳା କମିଶନ ଏବଂ ତଦନ୍ତ କରି ରିପୋର୍ଟ ଦେବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ମହିଳା ସାମ୍ବାଦିକା ସଂଘ ପକ୍ଷରୁ, ଟୁଟୁଙ୍କୁ ଗିରଫ କରିବା ପାଇଁ ଡିସିପିଙ୍କୁ ଦାବିପତ୍ର ଦିଆଯାଇଥିଲା । ରାଜନେତାମାନେ ମଧ୍ୟ ଏହାକୁ ନିନ୍ଦା କରିଥିଲେ । ଟୁଟୁଙ୍କୁ ଗିରଫ କରିବା ପାଇଁ ସବୁଆଡୁ ଚାପ ପଡିବା ପରେ, ତାଙ୍କୁ ଘରୁ ଉଠାଇ ଆଣିଥିଲା ପୋଲିସ୍ । ଶୁକ୍ରବାର ଭୁବନେଶ୍ୱରର ଏକ ସିନେମା ହଲରେ ପ୍ରିମିୟର ସୋ ଚାଲିଥିବାବେଳେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର କରିଥିଲେ ଟୁଟୁ।

hiranchal ad1
Leave A Reply

Your email address will not be published.

sixteen − fourteen =