ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ

0 284

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଗଜପତି ଜିଲ୍ଲାର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ମିରାକଲ ଡ୍ୟାନ୍ସ ଷ୍ଟୁଡ଼ିଓ ପକ୍ଷରୁ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗୀତା ଆୟୋଜିତ ହୋଇଯାଇଛି ।
ଏହି ଦୁଇ ଦିନିଆ ମେଗା ନୃତ୍ୟ ପ୍ରତିଯୋଗୀତାକୁ ପାରଳାଖେମୁଣ୍ଡି ପୌରଧ୍ୟକ୍ଷା ନିର୍ମଳା ସେଠୀ ଏବଂ ସଙ୍ଗୀତ ନିର୍ଦ୍ଦେଶକ ପଣ୍ଡିତ ରଘୁନାଥ ପାତ୍ର ଓ ଏକାଡେମୀ ପୁରସ୍କାର ପ୍ରାପ୍ତ ଯୁବ ମଞ୍ଚ କଳାକାର ଆଦର୍ଶ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମିଳିତ ଭାବେ ଉଦଘାଟନ କରିଥିଲେ ।
ମିରାକଲ ଡ୍ୟାନ୍ସ ଷ୍ଟୁଡିଓର ନିର୍ଦ୍ଦେଶକ ଶୁଭେନ୍ଦୁ ମୋହନ ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ମାନେ ପାରଳାଖେମୁଣ୍ଡି ସହିତ କଳା , ସାହିତ୍ୟ ଓ ସଂସ୍କୃତିର ସାମଞ୍ଜସ୍ୟର ବିଭିନ୍ନ ଦିଗ ଉପରେ କହି ଉପାନ୍ତ ଅଞ୍ଚଳରେ ଏଭଳି ଉଦ୍ୟମ ପ୍ରତି ମିରାକାଲ ଡେନ୍ସ ଷ୍ଟୁଡ଼ିଓର ନିର୍ଦ୍ଦେଶକଙ୍କୁ ଭୂୟସୀ ପ୍ରଶଂସା କରି ସାଧୁବାଦ୍‌ ଜଣାଇବା ସହ ରାଜ୍ୟର ବିଭିନ୍ନ ଜିଲ୍ଲାଞ୍ଚଳରୁ ଆସିଥିବା ଡ୍ୟାନ୍ସ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଯୋଗୀତା ରେ ବିଚାରକ ଭାବେ ରାଉରକେଲାର ବିଜୟ କୁମାର ସାମଲ, ଭୁବନେଶ୍ୱରର ପ୍ରୀତିଲତା ରାଓ ଏବଂ ବ୍ରହ୍ମପୁରର ଆପାନା ମହାରଣା ପ୍ରମୁଖ ନୃତ୍ୟ ବିଶାରଦ ମାନେ ଉପସ୍ଥିତ ଥିଲେ ।

hiring


ସମସ୍ତ କାର୍ଯ୍ୟକ୍ରମକୁ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ମିରାକଲ୍‌ ଡ୍ୟାନ୍ସ ଷ୍ଟୁଡିଓ’ର ବରିଷ୍ଠ ସଦସ୍ୟ ଅବିର ଭୂଷଣ ପଣ୍ଡା, ପ୍ରଶାନ୍ତ ପଟ୍ଟନାୟକ ଏବଂ ବିଷ୍ଣୁପ୍ରିୟା ଜେନା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାଞ୍ଚଳରୁ ତଥା କୋରାପୁଟ, ରାୟଗଡ଼ା, ବ୍ରହ୍ମପୁର, ଗଜପତି ସମେତ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାରୁ ଶତାଧିକ ସଂଖ୍ୟାରେ ନୃତ୍ୟ ପ୍ରତିଯୋଗୀ ମାନେ ଆସି ସେମାନଙ୍କ ନୃତ୍ୟ ପ୍ରତିଭା ଦେଖାଇ ଥିଲେ । ଯୋଗ୍ୟ ବିବେଚିତ ନୃତ୍ୟ ଶିଳ୍ପୀ ଓ ନୃତ୍ୟ ଦଳ ମାନଙ୍କୁ ଆସନ୍ତା ନଭେମ୍ବର ୨୮ ତାରିଖ ମିରାକଲ ନାଇଟ ରେ ପୁରସ୍କାର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

eleven − four =