କଟକ : ଆଜି ମଧ୍ୟାହ୍ନରେ ସ୍ଥାନୀୟ ଶ୍ରୀଶ୍ରୀ ୟୁନିଭର୍ସିଟିରେ ଆଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କରଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ କରି ୟୁନିଭର୍ସିଟିର ପରିସର ବୁଲି ଦେଖିବା ସହିତ ଛାତ୍ରଛାତ୍ରୀମାନଙ୍କର ପାଠପଢା ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ବିଧାୟକ ମୋକିମ ଆଧ୍ୟାତ୍ମିକ ଗୁରୁ ରବିଶଙ୍କରଙ୍କୁ ଅନ୍ୟ ସ୍ଥାନ ଭଳି କଟକ ସହରର ଗରିବ, ବସ୍ତି ଅଞ୍ଚଳର ପିଲାମାନଙ୍କ ପାଇଁ ଏକ ଦେୟମୁକ୍ତ ଶିକ୍ଷା ଅନୁଷ୍ଠାନ ଖୋଲିବା ପାଇଁ ଅନୁରୋଧ କରିଥିଲେ । ଆଧ୍ୟାତ୍ମିକ ଗୁରୁ ରବିଶଙ୍କର ମଧ୍ୟ ଏହାର ସମ୍ଭାବ୍ୟତା ଦେଖି ଏହା ଉପରେ କାର୍ଯ୍ୟ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ । ସାରା ବିଶ୍ୱରେ ତାଙ୍କର ଆଧ୍ୟାତ୍ମିକ ବାଣୀ ଓ ଯୋଗ ବିଶ୍ୱବାସୀଙ୍କୁ ଏକ ଦିଗଦର୍ଶନ ଦେଇଛି ବୋଲି ବିଧାୟକ ମୋକିମ କହିଥିଲେ ।