ହାତୀ ଆକ୍ରମଣରେ ଚାଷୀ ମୃତ

0 154

ଚମ୍ପୁଆ,୧୩ା୧୧: ଚମ୍ପୁଆ ରେଂଜ ଅନ୍ତର୍ଗତ କାଳିକାପ୍ରସାଦ ନିକଟସ୍ଥ ଗାଡାସାହି ଠାରେ ହାତୀ ଆକ୍ରମଣରେ ୫୫ ବର୍ଷର ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ହାତୀ ଆକ୍ରମଣ ପରେ ବନ ବିଭାଗ ଅଧିକାରୀ ଅକ୍ଷୟ ଛତ୍ରିଆ ଓ ବନପାଳ କାଳନ୍ଦି ସାମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆହତ ନାରଦ ମୁଣ୍ଡାଙ୍କୁ ଚମ୍ପୁଆ ଡାକ୍ତରଖାନା ଅଣାଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସୂଚନା ଅନୁସାରେ ନାରଦ ମୁଣ୍ଡା ନିଜ ଧାନ ବିଲରୁ ଗାଡାସାହିକୁ ଫେରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀଟି ତାଙ୍କୁ କଚାଡି ଦେବାରୁ ତାଙ୍କ ପଞ୍ଜରା ଭାଙ୍ଗି ଯାଇଥିଲା । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ବନ ବିଭାଗ ଚମ୍ପୁଆ ଡାକ୍ତରଖାନାକୁ ଆଣିଥିଲେ । ସୂଚନା ଯୋଗ୍ୟକି ୪୨ ଟିକିଆ ହାତୀପଲ ବର୍ତ୍ତମାନ କାଳିକାପ୍ରସାଦ ଜଙ୍ଗଲରେ ରହିଥିବାବେଳେ ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଧନ ଜୀବନ ନଷ୍ଟ କରି ଚାଲିଛନ୍ତି । ଏ ନେଇ ଚମ୍ପୁଆ ଥାନାରେ କେସ ନମ୍ବର ୪୮/୨୦୨୩ ରୁଜୁ କରାଯାଇଛି ।

hiranchal ad1
Leave A Reply

Your email address will not be published.

one × 3 =