ମୁଣ୍ଡରେ ବନ୍ଧୁକ ଲଗାଇ ଫ୍ଲିପ୍‌କାର୍ଡ କାର୍ଯ୍ୟାଳୟରୁ ୩ ଲକ୍ଷ ଟଙ୍କା ଲୁଟ

0 78

ଆଠଗଡ :ମୁଣ୍ଡରେ ବନ୍ଧୁକ ଲଗାଇ ଫ୍ଲିପ୍‌କାର୍ଡ କାର୍ଯ୍ୟାଳୟରୁ ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ଆଠଗଡ଼ ଥାନାରେ ଅଭିଯୋଗ ହୋଇଛି । ଖବର ପାଇ ଆଠଗଡ଼ ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲି ଓ ଆଠଗଡ଼ ଏସଡିପିଓ ରବିନ୍ଦ୍ର କୁମାର ମଲ୍ଲିକ ସଦଳବଳେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଜାରି ରଖିଛନ୍ତି । ଘଟଣାରୁ ପ୍ରକାଶ ଯେ, ସୋମବାର ସକାଳ ପ୍ରାୟ ୫ଟା ସମୟରେ ଆଠଗଡ଼ ସହର ଅଶୋକନଗର ଠାରେ ଥିବା ଫ୍ଲିପକାର୍ଡ କାର୍ଯ୍ୟାଳୟର ରଶ୍ମିରଞ୍ଜନ ତ୍ରିପାଠୀ ନାମକ ବ୍ୟକ୍ତି କାର୍ଯ୍ୟାଳୟ ଖୋଲି ଭୁବନେଶ୍ୱରରୁ ଏକ ଭ୍ୟାନରେ ଆସିଥିବା ବିଭିନ୍ନ ସାମଗ୍ରୀ ଅନଲୋଡ କରୁଥିବା ସମୟରେ ହଠାତ୍‌ ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଆସି ରଶ୍ମିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କ୍ୟାସ କାଉଣ୍ଟରକୁ ନେଇ କ୍ୟାସ କାଉଣ୍ଟର ଖୋଲିବା ପାଇଁ କହିଥିଲେ । କର୍ମଚାରୀ ଜଣଙ୍କ କ୍ୟାସ କାଉଣ୍ଟର ନ ଖୋଲିବାରୁ କାନ୍ଥରେ ସେଟିଙ୍ଗ ହୋଇ ରହିଥିବା ବ୍ଲାକ ବକ୍ସକୁ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ । ହେଲେ ତାହା ନ ଭାଙ୍ଗିବାରୁ ଦୁବୃର୍ତ୍ତ ମାନେ କାନ୍ଥ ଖୋଳି ବ୍ଲାକ ବକ୍ସକୁ ନେଇଯାଇଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ।ତେବେ ମୁହଁରେ ମୁଖା ପିନ୍ଧି ଥିବାରୁ ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇଥିଲା । ହେଲେ ରଶ୍ମି ସେମାନଙ୍କ କବଳରୁ ଖସିଆସି ବିଭାଗର ଆଠଗଡ଼ ସୁପରଭାଇଜରଙ୍କୁ ଜଣାଇଥିଲେ । ପ୍ଲିପକାର୍ଡର ଆଠଗଡ଼ ମୁଖ୍ୟ ଶୀତଂଶୁ ଶେଖର ପଣ୍ଡା ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଆଠଗଡ ପୋଲିସ୍‌ ଘଟଣାର ତଦନ୍ତ ଜାରି ରଖିଛନ୍ତି । ଦିନକୁ ଦିନ ଆଠଗଡ଼ ଅଞ୍ଚଳରେ ଚୋରି ରାହାଜାନୀ ଡ଼କାୟତି ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପୋଲିସ ଅପରାଧୀ ମାନଙ୍କୁ ଧରିବାରେ ସଂପୂର୍ଣ୍ଣ ବିଫଳ ହୋଇଛି । ଆଠଗଡ଼ ଥାନା ହାଜତରୁ ଅପରାଧୀ ଚମ୍ପଟ ମାରୁଥିବା ବେଳେ ଆଠଗଡ଼ ପୋଲିସ ଅପରାଧୀ ମାନଙ୍କୁ ଧରିବାରେ କେତେ ସଫଳ ହେଉଛି ତାହା ଦେଖିବାକୁ ବାକିରହିଲା ।

hiranchal ad1
Leave A Reply

Your email address will not be published.

four × three =