ଉଦ୍‌ଘାଟିତ ହେଲା ସାତକୋଶିଆ ବାଲୁକା ପର୍ଯ୍ୟଟନ କେନ୍ଦ୍ର

0 491

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ସଦରମହକୁମା ଠାରୁ ୧୮ କିଲୋମିଟର ଦୂରରେମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ମଧ୍ୟରେ ଅବସ୍ଥିତ ବଡ଼ମୂଳର ମଙ୍ଗାନାଶି ଠାରେ ଥିବା ସାତକୋଶିଆ ବାଲୁକା ପର୍ଯ୍ୟଟନକେନ୍ଦ୍ର ଆଜିଠାରୁ ଉଦ୍‌ଘାଟନ ହୋଇ ଶୁଭାରମ୍ଭ ହୋଇଯାଇଛି । ବର୍ତ୍ତମାନ ସବୁ କାର୍ଯ୍ୟ ଶେଷହୋଇ ପର୍ଯ୍ୟଟକଙ୍କ ଅପେକ୍ଷାରେ ରହିଛି ଏହି ସ୍ୟାଣ୍ଡ୍‌ ରିସୋର୍ଟ । ଚଳିତବର୍ଷ ମହାନଦୀରେ ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ୧୬ ଟି କଟେଜର ବ୍ୟବସ୍ଥା କରାଯାଇଥିବାବେଳେ ଉନ୍ନତ ଜ୍ଞାନ କୌଶଳରେ ୭ ଟି ଶୀତତାପ ନିୟନ୍ତ୍ରିତ କଟେଜର ନିର୍ମାଣ କରାଯାଇଛି । ଏଥି ସହିତ ଗାଧୁଆଘର ଓ ଶୌଚାଳୟ ର ମଧ୍ୟ ସୁବିଧା ରହିଛି ।

hiring

ପସନ୍ଦ ଅନୁସାରେ ରୁଚିକର ଖାଦ୍ୟପେୟ ସାଙ୍ଗକୁ ଡାଇନିଂର ସୁବିଧା ମଧ୍ୟ ରହିଛି । ପିଲାମାନଙ୍କ ଲାଗି ପାର୍କ, ଭଲିବଲ, ରିଙ୍ଗ ବଲ୍‌, ବ୍ୟାଟ ମିଟନ, ସାଇକେଲିଂ, ଜଙ୍ଗଲ ଟ୍ରାକିଂ, ରୋପେୱେ, କ୍ୟାମ୍ପ ସାଙ୍ଗକୁ ଫାୟାର ଖେଳିବା ନିମନ୍ତେ ସୁବିଧା ମଧ୍ୟ ରହିଛି । ଏଥି ସହିତ ପର୍ଯ୍ୟଟକଙ୍କ ମନୋରଞ୍ଜନ ନିମନ୍ତେ ବିଭିନ୍ନ ପ୍ରକାର ଲୋକନୃତ୍ୟର ବ୍ୟବସ୍ଥା ମଧ୍ୟ ରହିଛି ।ତେବେ ପ୍ରକୃତିରାଣୀ କୋଳରେ ଜୈବ ବିବିଧତାର ଗନ୍ତାଘର ପାଲଟିଥିବା ସାତକୋଶିଆ ଗଣ୍ଡ ଓ ବାଲୁକା ପର୍ଯ୍ୟଟନ କେନ୍ଦ୍ର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାବେଳେ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବା ପାଇଁ ପ୍ରତ୍ୟେକ ବର୍ଷ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ମାନଙ୍କର ଆଗମନ ହୋଇଥାଏ ।

hiranchal ad1
Leave A Reply

Your email address will not be published.

one + 9 =