ବୌଦ୍ଧ ଜିଲ୍ଲାରେ ୪୦ ସଶସ୍ତ୍ର ନକ୍ସଲଙ୍କ ଅନୁପ୍ରବେଶ, ଅପରେସନ ବେଳେ ନକ୍ସଲଙ୍କ ଛତ୍ରଭଙ୍ଗ, ବହୁ ସାମଗ୍ରୀ ଜବତ

0 489

ବୌଦ୍ଧ,୨୧/୧୧:- ଗତ ୧୬ ତାରିଖରେ ବୌଦ୍ଧଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଫାଣ୍ଡି ରାବଣେଶ୍ୱର ଜଙ୍ଗଲରେ ୩୫ ରୁ ୪୦ ସଶସ୍ତ୍ର ନକ୍ସଲ ବୁଲୁଥିବା ଖବର ଏକ ବିଶେଷ ସୂତ୍ରରୁ ପୋଲିସକୁ ମିଳିଥିଲା । ୧୯ ତାରିଖରେ ଜିଲ୍ଲା ପୋଲିସ ଏସଓଜି ଏବଂ ଡିଭିଏଫ ଟିମ୍‌ ମିଳିତ ଭାବେ ଅପରେସନରେ ଯାଇଥିବାବେଳେ ନକ୍ସଲ ମାନେ ସିକ୍ୟୁରିଟି ଫୋର୍ସ ଉପରକୁ ଗୁଳିଚାଳନା ଓ ବମ୍‌ ଫିଙ୍ଗିଥିଲେ । ପୋଲିସ ସିକ୍ୟୁରିଟି ଫୋର୍ସ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲେ ମଧ୍ୟ ତାଙ୍କର ଗୁଳିଚଳା ବନ୍ଦ ହୋଇନଥିଲା । ତେଣୁ ପୋଲିସ ତରଫରୁ ମଧ୍ୟ ଗୁଳିଚାଳନା କରାଯିବାରୁ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ପଳାଇଯାଇଥିଲେ । ଏଭଳି ଗୁଳିଚାଳନା ପ୍ରାୟ ୫୦ ମିନିଟ୍‌ ଧରି ଚାଲିଥିଲା । ଏଥିରେ ପୋଲିସ ସିକ୍ୟୁରିଟି ଫୋର୍ସର କୌଣସି କ୍ଷତି ହୋଇନଥିବାବେଳେ ନକ୍ସଲ ମାନଙ୍କ ସଂପର୍କରେ କିଛି ଜଣାପଡିନାହିଁ । ନକ୍ସଲମାନେ ଛତ୍ରଭଙ୍ଗ ଦେବାପରେ ସେମାନଙ୍କ ଆଡ୍ଡାରୁ ସେମାନେ ବ୍ୟବହାର କରିଥିବା ବହୁ ସାମଗ୍ରୀ ଜବତ କରାଯାଇଥିଲା ।

hiring

ଜବତ ସାମଗ୍ରୀ ଗୁଡିକ ମଧ୍ୟରେ ତିନୋଟି ଇଲେକ୍ଟ୍ରିକ ଡିଟୋନେଟର, ୨ଟି ଖାଲିଥିବା ଏସବିଜିଏଲ, ଗୋଟିଏ ବ୍ୟାଟେରୀ, ବ୍ୟାଟେରୀ କ୍ଲିପ ୬ଟି, ଇଲେକ୍ଟ୍ରିତାର ଗୋଟିଏ ବଣ୍ଡଲ, ବ୍ଲାଷ୍ଟ କରିବା ତାର, ୪ଟି ଛୁରୀ, ୨ଟି କଇଁଚି, ଦୁଇଟି ଛୋଟ ଏଲଇଡି ବ୍ଲାକ ଟର୍ଚ୍ଚ, ମେଡିସିନ, କଣ୍ଡୋମ, ୨ଟି ଛତା, ପ୍ଲାଷ୍ଟିକ ବାଲଟି ୭ଟି, ତିନୋଟି ବଣ୍ଡଲ ଦଉଡି, ମହିଳା ପୋଷାକ ୬ ହଳ, ୨ଟି ବ୍ଲାଙ୍କେଟ, ଗୋଟିଏ ବ୍ଲେଜର, ୨ଟି ସ୍ୱେଟର, ଆଲୁମିନିଅମ ରନ୍ଧାବାସନ, ପଲିଥିନ, ଜୋତା ଆଦି ରହିଛି । ଆଜି ସନ୍ଧ୍ୟାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି । ପୋଲିସ ପକ୍ଷରୁ ମନମୁଣ୍ଡା ଥାନାରେ ମକଦ୍ଦମା ରୁଜୁ କରାଯାଇଛି । ପୋଲିସ କେଶ ନଂ ୨୮୦/୨୩, ୟୁ.ଏସ ୧୪୭/୧୪୮/ ୩୦୭/୩୨୩, ୨୯୪/୧୨୦ବି, ୧୨୧/୧୨୧ଏ, ୧୪୯ ଆଇପିସି୩/୪/୫ଇ.ଏସ ଆକ୍ଟ ୨୫/୨୭, ଆର୍ମସ ଆକ୍ଟ ସେକ୍ସନ ୧୬/୧୮/୨୦ ଅଫ ୟୁ. ଏ.(ପି) ଆକ୍ଟ ସେମାନଙ୍କ ବିରୁଦ୍ଧରେ ଲଗାଯାଇଛି ।

hiranchal ad1
Leave A Reply

Your email address will not be published.

two × 2 =