ହରଭଙ୍ଗା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

0 163

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରେ ବୁଧବାର ଦିନ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଉପସ୍ଥିତ ରହି ଶିବିରକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥିଭାବେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରିପାଠୀ, ବିଡିଓ ସ୍ୱପ୍ନିତା ନାଏକ, ତହସିଲଦାର ଶିବାନୀ ଦାସ ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ସୁଧୁଂଶୁ ଶେଖର ପୂଜାରୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ -ଦୁର୍ଯ୍ୟୋଧନ ବିଶି ଉପସ୍ଥିତ ରହିଥିଲେ । ଶିବିରରେ ହରଭଙ୍ଗା ବ୍ଲକରୁ ସମୁଦାୟ ୨୧୯ଜଣ ପଞ୍ଜିକରଣ କରିଥିବା ବେଳେ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଇଁ ୧୧ଜଣ, ହୁଇଲ ଚେୟାର ୨ଜଣ, ଏନସିଏସ୍‌ସିଏସ୍‌ଡିଏ ଭୁବନେଶ୍ୱର ଦ୍ୱାରା ଭିନ୍ନକ୍ଷମ ମାନଙ୍କୁ ଦକ୍ଷତା ବିକାଶ ତାଲିମ୍‌ ନିମନ୍ତେ ୨୦ଜଣ, ଶ୍ରବଣ ଯନ୍ତ୍ର ବଣ୍ଟନ ୬ଜଣ, ବସ ପାସ ବଣ୍ଟନ ପାଇଁ ୧୫ଜଣ, ଓ ବିଭିନ୍ନ ଯନ୍ତ୍ର ପତି ପାଇଁ ୨୮ଜଣଙ୍କୁ ଚିହ୍ନଟ କରାଯାଇଥିଲା । ଉକ୍ତ ଭିନ୍ନକ୍ଷମ ମାନଙ୍କୁ ବିଭିନ୍ନ ବିଭାଗର ଡାକ୍ତର ଡାକ୍ତରୀ ପରୀକ୍ଷା କରି ଚିହ୍ନଟ କରିଥିଲେ । କାର୍ଯ୍ୟକ୍ରମଟିକୁ ମନୋଜ ବେହେରା ସାମାଜିକ ସୁରକ୍ଷା ଅଧିକାରୀ ହରଭଙ୍ଗାଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

2 × one =