ହରଭଙ୍ଗା :ବୌଦ୍ଧ ଜିଲ୍ଲାରେ ଦିନକୁଦିନ ଚୋରି କାଣ୍ଡ ବଢୁଥିବା ବେଳେ ଜ଼ିଲ୍ଲାର ହରଭଙ୍ଗା ଥାନା ତଳଗାଁ ପଚାୟତ ଗଣ୍ଡି ସର ଗ୍ରାମରେ ବିଳମ୍ବିତ ରାତ୍ରିରେ ୨ଜଣ ଚୋରଙ୍କୁ ଗ୍ରାମବାସୀ କାବୁ କରିଥିବା ଜଣାପଡ଼ିଛି । ସୂଚନା ମତେ ଗତ ୨୧ ତାରିଖ ରାତ୍ରି ୧୧ଘଣ୍ଟା ସମୟରେ ଗଣ୍ଡିସର ଗ୍ରାମରେ ନିର୍ମାଣଧୀନ ବିଏସଏନଏଲ ଟାୱାରରେ ବ୍ୟବହୃତ ସାମଗ୍ରୀ ତିନି ଜଣ ଦୁର୍ବୃତ୍ତ ଚୋରି କରି ଓଡି ୨୭ସି -୫୩୦୮ନଂ ଥିବା ଏକ ମାକ୍ସପିକ ଉପ ଗାଡ଼ିରେ ଲୋଡ଼ କରିଥିବା ସମୟରେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ । ଗ୍ରାମବାସୀଙ୍କୁ ଦେଖି ଦୁର୍ବୃତ୍ତମାନେ ଦୌଡ଼ି ପଳାଉଥିବା ବେଳେ ଜଣେ ଫେରାର ମାରିଥିଲା ଓ ଅନ୍ୟ ଦୁଇ ଜଣ ଚୋରଙ୍କୁ ଗ୍ରାମବାସୀ ଅଟକ ରଖି ଉତ୍ତମ ମଧ୍ୟମ ଦେଇ ହରଭଙ୍ଗା ଥାନାରେ ଜିମା ଦେଇଥିଲେ । ଅଟକ ରହିଥିବା ଚୋର ଦୁଇଜଣ ସ୍ଥାନୀୟ ଅଂଚଳ ସଂକୁଲୋଇ ପଞ୍ଚାୟତ ବୁଲୁରା ଗ୍ରାମର ମିଥୁନ ଚୌଧୁରୀ ଓ ଅନ୍ୟଜଣେ କୁମାରୀ ଗ୍ରାମର ମାନସ ସେଠି ହୋଇଥିବା ବେଳେ ହରଭଙ୍ଗା ଥାନାରେ ଉଭୟ ଚୋରଙ୍କୁ ଅଟକ ରଖି ବ୍ୟବହୃତ ଗାଡିକୁ ଜବତ କରାଯାଇଛି । ଅନ୍ୟପଟେ ଏହି ଚୋରି ରାକେଟର ଚେର ବହୁ ପର୍ଯ୍ୟନ୍ତ ଲମ୍ବି ଥିବାରୁ ଘଟଣା ସ୍ଥଳରେ ପୋଲିସ ପଂହଁଚି ଅଧିକ ତଦନ୍ତ ଚଳାଇବା ସହିତ ଉଭୟ ଚୋରଙ୍କୁ ଥାନାରେ ଅଟକ ରଖି ପଚାରଉଚୁରା ଜାରି ରଖିଛି । ହରଭଙ୍ଗା ପୋଲିସ ଉଭୟଙ୍କୁ ୧୩୭/୨୩ ନଂ କେଶରେ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଆସନ୍ତା କାଲି ଉଭୟଙ୍କୁ କୋର୍ଟ ଚାଲାଣ କରିବା ନେଇ ହରଭଙ୍ଗା ଥାନାଆଇସି ପୂର୍ଣ୍ଣଚନ୍ଦ୍ର କିସାନ ସୂଚନା ଦେଇଛନ୍ତି ।