ପୁରୀ: ପୁରୀରେ ଉଦଘାଟିତ ହେଲା ମଲ୍ଟି ଲେବୁଲ କାର ପାର୍କିଂ । ପୁରୀ ଜେଲ ରୋଡ ସ୍ଥିତ ନବନିର୍ମିତ ପାର୍କିଂ ଆଜି ଉଦଘାଟିତ ହୋଇଛି । ଏହି ପାର୍କିଂରେ ୫୦୦ କାର ଓ ୫୦୦ ବାଇକ ଏକକାଳୀନ ପାର୍କିଂ ହେବାର କ୍ଷମତା ରହିଛି । ପ୍ରତି ଚାରିଚକିଆ ଯାନକୁ ୪ଘଣ୍ଟା ପିଛା ୫୦ ଟଙ୍କା ଦେଇ ପାର୍କିଂ କରିପାରିବେ ପୁରୀ ଯାଉଥିବା ତୀର୍ଥଯାତ୍ରୀ । ୪ଘଣ୍ଟାରୁ ଉର୍ଦ୍ଧ୍ୱ ପ୍ରତି ଘଣ୍ଟା ପିଛା ୧୦ ଟଙ୍କା ଅଧିକା ଦେୟ ଦେବାକୁ ପଡିବ । ସେଇଭଳି ତିନିଚକିଆ ଯାନ ପାଇଁ ୪ଘଣ୍ଟାକୁ ୩୦ ଟଙ୍କା ଏବଂ ୪ଘଣ୍ଟାରୁ ଉର୍ଦ୍ଧ୍ୱ ହେଲେ ଘଣ୍ଟା ପିଛା ୭ଟଙ୍କା ଅଧିକା ଦେୟ ଦେବାକୁ ପଡିବ । ପ୍ରତି ଦୁଇଚକିଆ ଯାନ ପିଛା ୪ଘଣ୍ଟାକୁ କୋଡିଏ ଟଙ୍କା ଏବଂ ୪ଘଣ୍ଟାରୁ ଉର୍ଦ୍ଧ୍ୱ ହେଲେ ଘଣ୍ଟା ପିଛା ୫ଟଙ୍କା ଅଧିକା ଦେବାକୁ ପଡିବ । ବୁମ ବ୍ୟାରିଆରରେ ଟଙ୍କା ପେମେଣ୍ଟ କରି ଏହି ସୁବିଧା ପାଇପାରିବେ ଗାଡ଼ି ଚାଳକ । ଆଜି ପୁରୀ ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଏହି ମଲଟି ଲେବୁଲ ପାର୍କିଂର ଉଦଘାଟନ କରିଛନ୍ତି । ଭୁବନେଶ୍ୱର ପରେ ଓଡ଼ିଶାର ଏହା ଦ୍ୱିତୀୟ ମଲ୍ଟି ଲେବୁଲ ପାର୍କିଂ । ଶ୍ରୀକ୍ଷେତ୍ରରେ ଆଉ ଦୁଇଟି ଏଇଭଳି ମଲ୍ଟି ଲେବୁଲ ପାର୍କିଂ ଉଦଘାଟନ ଅପେକ୍ଷାରେ ରହିଛି ।