ସୁବର୍ଣ୍ଣପୁର ରେ ସହଜ ସମାଧି ଧ୍ୟାନ କାର୍ଯ୍ୟକ୍ରମ

0 80

ସୁବର୍ଣ୍ଣପୁର: ଗତ ଡିସେମ୍ବର ୧ ରୁ ୩ ତାରିଖ ପର୍ଯ୍ୟନ୍ତ ସୋନପୁରର ଗୋପାଳଜୀ ଯୋଗାଳୟ ଠାରେ ତିନିଦିନ ଧରି “ସହଜ ସମାଧି ଧ୍ୟାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ମହାନଦୀ ଧାରା’ ଶିକ୍ଷାନୁଷ୍ଠାନ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା । ସେଠାରେ ଭାନୁମତୀ ନରସିଂହମ୍‌ଙ୍କ ( ଗୁରୁଦେବ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ଭଉଣୀ ) ତତ୍ୱାବଧାନରେ ଭୁବନେଶ୍ୱରରୁ ଆସିଥିବା ରଞ୍ଜନ ଭାଇ ଧ୍ୟାନ କେନ୍ଦ୍ରୀକରଣର ସହଜ ଉପାୟମାନ କହିଥିଲେ, ଯାହା ସଭିଙ୍କ ଦୈନନ୍ଦିନ ଜୀବନରେ ପାଇଁ ଉପଯୋଗୀ ଅଟେ । ମହାନଦୀ ଧାରା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ପ୍ଳାବନ ମହାପାତ୍ରଙ୍କ ଅଧୀନରେ ଅନୁଷ୍ଠାନରୁ ୫୦ ଜଣ ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେଠାରେ ପ୍ରାପ୍ତ ଧ୍ୟାନ କେନ୍ଦ୍ରୀକରଣର ସହଜ ଉପାୟମାନ ତଥା ଅନୁଭୂତି ସେମାନଙ୍କ ନିମନ୍ତେ ବେଶ୍‌ ଉପଯୋଗୀ ହେବାସହ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଆହରଣ ସମୟରେ ଏକାଗ୍ରତା ଆଣିବାରେ ସହାୟକ ହେବ ବୋଲି ଆଶା ପୋଷଣ କରାଯାଉଛି ।

hiranchal ad1
Leave A Reply

Your email address will not be published.

sixteen − ten =