ଦଶପଲ୍ଲା ଡାକ୍ତରଖାନାକୁ ଭଗବାନ ଭରସା,ନାହାନ୍ତି ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ

0 68

ଦଶପଲ୍ଲା: ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ବିଭାଗର ବିଶେଷଜ୍ଞ ପଦବି ଖାଲି ପଡିଥିବାରୁ ବର୍ଷବର୍ଷ ଧରି ସମସ୍ୟା ଲାଗି ରହିଛି । ଏବେ ଏହି ଚିକିତ୍ସାଳୟରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଅଭାବକୁ ନେଇ ସମସ୍ୟା ଉପୁଜିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ସ୍ତ୍ରୀ ଓ ପ୍ରସୂତି ଡ. ନବକୃଷ୍ଣ ସାହୁ ଗତ ୩୦ ତାରିଖ ଦିନ ଚାକିରିରୁ ଅବସର ନେଇଛନ୍ତି । ଏହା ପରେ ସେଠାରେ ଆଉ କାହାରିକୁ ନିଯୁକ୍ତି ଦିଆଯାଇନାହିଁ । ଫଳରେ ଦୈନିକ ପ୍ରସବ ପାଇଁ ଆସୁଥିବା ମହିଳାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ଦଶପଲ୍ଲା ଏନ୍‌ଏସି ଅଧୀନ ୧୫ ନମ୍ବର ୱାର୍ଡର ଜଣେ ମହିଳାଙ୍କୁ ପ୍ରସବ ପାଇଁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭତ୍ତ କରାଯାଇଥିଲା । ମାତ୍ର ନର୍ସମାନେ ପ୍ରସବ କରାଇବା ପରିବେର୍ଷ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଦେଇଥିବା ଅଭିଯୋଗ ହୋଇଛି । ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ସନ୍ଦୀପ କୁମାର ସ୍ୱାଇଁ କହିଛନ୍ତି ଯେ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରସବ ପାଇଁ ଆସୁଥିବା ମହିଳାଙ୍କୁ ପ୍ରସବ କରାଇବା ପାଇଁ ବ୍ୟବସ୍ଥା ରହିଛି । ଏନେଇ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

nine + eighteen =