ନୂଆପଡ଼ା : ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଏଡିଜେ କୋର୍ଟ ସ୍ଥାପନ ଦାବି ନେଇ ସ୍ଥାନୀୟ ସିନାପାଲି କୋର୍ଟ ବାରହଲଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିନାପାଲି, ବୋଡେ଼ନ ଓ ଖଡ଼ିଆଳ ବ୍ଲକର ସମସ୍ତ ଓକିଲ ସଂଘ, ବୁଦ୍ଧିଜୀବୀ, ଜନପ୍ରତିନିଧି, ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ । ଖଡ଼ିଆଳଠାରେ ଏଡିଜେ କୋର୍ଟ ସ୍ଥାପନ ହେଲେ ଅଞ୍ଚଳବାସୀଙ୍କ ବହୁବିଧ ସୁବିଧା ହେବା ସହ ଲୋକେ ଉପକୃତ ହୋଇପାରିବେ । ଏନେଇ ଖଡ଼ିଆଳ ଠାରେ ଏଡିଜେ କୋର୍ଟ ସ୍ଥାପନ ଦାବି ଉପରେ ବିଶେଷ ଆଲୋଚନା କରାଯାଇଥିଲା । ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ବ୍ଲକର ପଞ୍ଚାୟତସ୍ତରରୁ ସରପଞ୍ଚମାନଙ୍କ ନେତୃତ୍ୱରେ ପ୍ରଶାସନ ନିକଟରେ ଲିଖିତ ଦାବି ଉପସ୍ଥାପନା କରିବା ସହ ଏକ ସିଗନେଚର କେମପେନିଙ୍ଗ କରି ଦାବିପତ୍ର ପ୍ରଦାନ ପାଇଁ ବୈଠରେ ନିଷ୍ପତ୍ତି ନିଆଯାଇଥିଲା । ତାହା ସହିତ ଆଗାମୀ କୋଡିଏ ତାରିଖ ଦିନ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ (ସିନାପାଲି,ଖଡ଼ିଆଳ,ବୋଡେ଼ନ)କୁ ଉପରୋକ୍ତ ଦାବି ନେଇ ପଞ୍ଚାୟତ ସ୍ତରରୁ ସମ୍ପୂର୍ଣ୍ଣ ବନ୍ଦ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଉକ୍ତ ବୈଠକରେ ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ସିନାପାଲି ବ୍ଲକ ସରପଞ୍ଚ ସଙ୍ଘ ସଭାପତି ଖୁଟୁରାମ ସୁନାନୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରିୟରଞ୍ଜନ ମେହେର, ଶରତ ଚିନାଗୁନ, ଖଡ଼ିଆଳ ଓକିଲ ସଂଘ ସଭାପତି ଶିବ ପ୍ରସାଦ ମେହେର, ସମ୍ପାଦକ ସଞ୍ଜୟ କୁମାର ମହାଉତି, ସିନାପାଲି ଓକିଲ ସଂଘ ସଭାପତି କ୍ଷୀରସିନ୍ଧୁ ମେହେର, ଉପ ସଭାପତି ବାଣୀବଲ୍ଲଭ ପାଣିଗ୍ରାହୀ, ସମ୍ପାଦକ ରୁଷଭ ମେହେର, ଯୁଗ୍ମ ସମ୍ପାଦକ ଗଣେଶ ମେହେର, ବରିଷ୍ଠ ଆଇନଜୀବୀ ବୈଷମ୍ପାୟାନ ମେହେର, ସାରଦା ପଣ୍ଡା, ଭବେଶ ପାଣିଗ୍ରାହୀ, ଚିତ୍ତରଞ୍ଜନ ସିଂ ଦେଓ, ନରେନ୍ଦ୍ର ମେହେର, ସୁବ୍ରତ ମେହେର, ମିନକେତନ ମାଝୀ, ରୁଦ୍ରପ୍ରସାଦ ମେହେର,ଗୁଣସାଗର ମେହେର, ଜଗବନ୍ଧୁ ମେହେର, କ୍ଷେତ୍ର ଗହୀର ପ୍ରମୁଖ ଉପସ୍ଥିତ ଥିଲେ ।