ସ୍ପେଶାଲ୍‌ ଡ୍ରାଇଭ କାର୍ଯ୍ୟକ୍ରମରେ ପୁରୀ ପରିବହନ ବିଭାଗର ସଫଳତା

0 132

ପୁରୀ: ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗତ ୧ ତାରିଖରୁ ୭ ତାରିଖ ଯାଏ ମଙ୍ଗଳାଘାଟ ରୋଡରୁ ଜିଲ୍ଲାର ବିଭିନ୍ନ ରୋଡରେ ହୋଇଥିବା ସ୍ପେଶାଲ୍‌ ଡ୍ରାଇଭ କାର୍ଯ୍ୟକ୍ରମରେ ପରିବହନ ବିଭାଗ ପକ୍ଷ ୁ ସମୁଦାୟ ୬୬୪ ଗୋଟି ଚାଲାଣ ହୋଇଥିବା ବେଳେ ୪୭ ଲକ୍ଷ ୫୩ ହଜାର ୬୩୮ ଟଙ୍କା ଫାଇନ୍‌ ଆଦାୟ କରଯାଇଥିଲା । ସେହିପରି ଆର୍ଟିଓ ଏବଂ ପୋଲିସ ପକ୍ଷରୁ ମିଳିତ ଚଢଉରେ ୩୦ ଲକ୍ଷ ୮୨ ହଜାର ଟଙ୍କା ଜୋରିମାନା ଆଦାୟ କରିଛନ୍ତି । ପରିବହନ ବିଭାଗ କମିଶନର ଅମିତାଭ ଠାକୁରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୁଆର ବିଶ୍ୱାଳ ସିଂଙ୍କ ପରାମର୍ଶ କ୍ରମେ ଓ ଆର୍‌ଟିଓ ରବିନ ପଟ୍ଟ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଟିତ ଏହି ଚଢ଼ାଉରେ ସମୁଦାୟ ୨୩୮୦ କେଶ ରୁଜ୍ଜୁ ଓ ୩୦ ଲକ୍ଷ ୮୨ ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିବା ସୂଚନା ମିଳିଛି । ବିନା ହେଲମେଟରେ ୧୨୧୭ ଜଣଙ୍କୁ, ବିନା ସିଟବେଲ୍ଟ ରେ ୩୨ଜଣ , ଟ୍ରିପଲ୍‌ ରିଡ଼ିଂରେ ୧୯୦ ଜଣ , ମୋବାଇଲ ବ୍ୟବହାର ରେ ୨୨୨ ଜଣଙ୍କୁ, ଡ୍ରଙ୍କ ଡ୍ରାଇଭରଙ୍କୁ ୦୯ ଜଣ, ଦ୍ରୁତ ଗତି ପାଇଁ ୧୮ ଜଣ, ବେଆଇନ ପାର୍କିଂ ୩୧୦ ଜଣ ଓ ଅନ୍ୟାନ୍ୟ କାରଣ ପାଇଁ ୩୮୨ ଜଣ ଗୋଟି କେଶ ରୁଜ୍ଜୁ ହୋଇଛି । ଏମଭିଆଇ, ଅତିରିକ୍ତ ଏମ ଭି ଆଇ ଓ ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିବା ବେଳେ ଆଗକୁ ଏ ଅଭିଯାନ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଆହୁରି କଡ଼ାକଡି କରାଯିବ ବୋଲି ଆରଟିଓ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

9 − 6 =