ରାଜ୍ୟସ୍ତରୀୟ ବିଜ୍ଞାନ ମେଳାକୁ ଉତ୍ତୀର୍ଣ୍ଣ ହେଲେ ଛାତ୍ରୀ ପ୍ରତ୍ୟଶା ପ୍ରିୟଦର୍ଶିନୀ ସାହୁ

0 130

ନୂଆଗାଁ : ନୟାଗଡ଼ର ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ନୂଆଗାଁ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ପ୍ରତ୍ୟଶା ପ୍ରିୟଦର୍ଶିନୀ ସାହୁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ହେବାକୁ ଥିବା ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ପାଇଁ ସେ ଜିଲ୍ଲା ସ୍ତରରୁ ମନୋନୀତ ହୋଇଛନ୍ତି । ସୂଚନା ମୁତାବକ ଚଳିତ ମାସ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ନୟାଗଡ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା । ୮ ଗୋଟି ବ୍ଲକରୁ ଆସିଥିବା ଛାତ୍ର ଛାତ୍ର ବିଜ୍ଞାନ ମେଳାରେ ଯୋଗଦେଇଥିଲେ । ସେଥିମଧ୍ୟରୁ ସର୍ବଶ୍ରେଷ୍ଠ ବିଜ୍ଞାନ ଷ୍ଟଲ ଭାବରେ ନୂଆଗାଁ ଉଚ୍ଚ ବିଦ୍ୟାଳୟ ସ୍ଥାନ ପାଇଥିଲା । ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ କାଜଲ ପ୍ରିୟଦର୍ଶିନୀଙ୍କ ସହଯୋଗିତା ପ୍ରତ୍ୟଶା ପ୍ରିୟଦର୍ଶିନୀ ସାହୁ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ରୋଗୀ ମନିଟରିଂ ସିଷ୍ଟମ୍‌ ଉପରେ ସେ ଏକ ପ୍ରୋଜେକ୍ଟ କରିଥିଲେ । ଏହି ପ୍ରୋଜେକ୍ଟର ମୂଳଉଦ୍ଦେଶ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ସଠିକ ଭାବରେ କିପରି ସୁରକ୍ଷିତ ରହିପାରିବ । ଅଧିକାଂଶ ସମୟରେ ଡାକ୍ତର ,ନର୍ସ ମାନଙ୍କ ଅବହେଳା ଯୋଗୁ କିମ୍ବା ରୋଗୀ ପାଖରେ ଉପସ୍ଥିତ ନ ରହିବାରୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ଜୀବନ ହରାଉଛନ୍ତି । ଏହି ମଡେଲ ମାଧ୍ୟମରେ ଏହି ସବୁ ଅସୁବିଧାକୁ ଦୂର କରାଯାଇ ପାରିବ ତାହା ଚେଷ୍ଟା କରାଯାଇଛି । ଏହି ମଡେଲ ମାଧ୍ୟମରେ ରୋଗୀ ଦେହରେ ଏକ ହାର୍ଟ ବିଟ ସେନ୍ସର ଓ ଏକ ବୋଡୀ ଟେମ୍ପରଚର ସେନ୍ସର ଲଗା ଯାଇଥାଏ । ଏହା ରୋଗୀର ଶରୀରକୁ କ୍ରମାଗତ ଭାବରେ ଦେଖି ଏଲସିଡି ମନିଟର ମାଧ୍ୟମରେ ସୂଚନା ଦେବ । ତତ ସହିତ ସାଲାଇନ ସେନ୍ସର ଓ ଏକ କିବୋର୍ଡ ବ୍ୟବହାର କରାଯାଇଥାଏ । ରୋଗୀର କୌଣସି ଅସୁବିଧା ହେଲେ ସେ କିବୋର୍ଡ ଦ୍ୱାରା ସୁଇଚ ପ୍ରେସ କରି ସୂଚନା ଦେଇପାରିବ । ଯାହାକି ରୋଗୀର ସୂଚନା ଦେଇପାରିବ । ଏହା ଦ୍ୱାରା ରୋଗୀ ସୁରକ୍ଷିତ ରହିପାରିବ । ନୟାଗଡ ଜିଲ୍ଲା ରୁ ୫ ଜଣ ପ୍ରତିଯୋଗୀ ରାଜ୍ୟ ସ୍ତରକୁ ମନୋନୀତ ହୋଇ ଅଛନ୍ତି । ଚଳିତ ମାସ ରେ ବାରିପଦାରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ ପ୍ରତ୍ୟଶା ପ୍ରିୟଦର୍ଶିନୀ ସାହୁ ସମେତ ୪ ଜଣ ପ୍ରତିଯୋଗୀ ଯୋଗଦେବେ ।

hiranchal ad1
Leave A Reply

Your email address will not be published.

9 − 2 =