ବଡ଼ମ୍ବାରେ ଘରୋଇ ବସ ମାଲିକ ସଂଘ କାର୍ଯ୍ୟାଳୟ ଉଦଘାଟନ

0 179

ଆଠଗଡ: ବଡମ୍ବା ଗାନ୍ଧିଛକ ଠାରେ ଘରୋଇ ବସ ମାଲିକ ସଙ୍ଘର ନୂତନ କାର୍ଯ୍ୟାଳୟ ଉଦଘାଟନ ହୋଇଯାଇଛି । ସଙ୍ଘ ସଭାପତି ସ୍ୱପ୍ନେଶ୍ୱର ମହାଳିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଉଦଘାଟକ ରୂପେ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ରୂପେ ରାଜ ପରିବାର ସଦସ୍ୟ ପଟ୍ଟାୟତ ତ୍ରିଭୁବନ ଚନ୍ଦ୍ର ଦେବ ଯୋଗ ଦେଇଥିଲେ । ଅନ୍ୟଅତିଥି ମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି , ୩୦ ନମ୍ବର ଜୋନର ଜିଲ୍ଲାପରିଷଦ ରବୀନ୍ଦ୍ର କୁମାର ସାହୁ, ମୁରଲୀଧର ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ ଆଠଗଡ଼ ମାଲିକ ସଙ୍ଘ ତରଫରୁ ତୁଷାର ବେଉରା, ହିମାଂଶୁ ରଞ୍ଜନ ସାହୁ ନରସିଂହପୁର ମାଲିକ ସଙ୍ଘ ସଞ୍ଜୀବ ମହାନ୍ତି, କରୁଣାକର ମହାନ୍ତି, ସୁଧାକର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବଡ଼ମ୍ବା ଘରୋଇ ବସ ମାଲିକ ସଙ୍ଘ ସମ୍ପାଦକ ଅମିତ ରଞ୍ଜନ ମିଶ୍ର ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରତାପ କୁମାର ସାହୁ, ଲିଙ୍କନ ସାହୁ,ଦିଲ୍ଲୀପ କୁମାର ମିଶ୍ରଙ୍କ ସମେତ ବହୁ ବସ ମାଲିକ ଉପସ୍ଥିତ ରହି ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − seventeen =