ନୂଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶାର ରାଜ୍ୟ ପର୍ଯ୍ୟବେକ୍ଷକଙ୍କ ଦୁଇ ଦିନିଆ ନବରଙ୍ଗପୁର ଗସ୍ତ

0 186

ନବରଙ୍ଗପୁର : ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ବିଭାଗ ଦ୍ୱାରା କଲେଜରେ ଆୟୋଜିତ ହେଉଥିବା ନୂଆଁ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ସମୀକ୍ଷା କରିବା ପାଇଁ ରାଜ୍ୟ ପର୍ଯ୍ୟବେକ୍ଷକ ସରୋଜ କୁମାର ପଣ୍ଡା, ଅଧସ୍ତନ ସଚିବ ଉଚ୍ଚଶିକ୍ଷା ବିଭାଗ ଓ ଆଞ୍ଚଳିକ ନିର୍ଦ୍ଦେଶକ, ଜୟପୁର ପ୍ରଫେସର ତ୍ରିନାଥ ପ୍ରସାଦ ରଥ ଦୁଇ ଦିନିଆ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି । ପ୍ରଥମ ଦିନରେ ନବରଙ୍ଗପୁର ଡ଼ିଗ୍ରୀ ମହାବିଦ୍ୟାଳୟ, ନବରଙ୍ଗପୁର, ଆଦର୍ଶ ସ୍ନାତକ ମହାବିଦ୍ୟାଳୟ, ନବରଙ୍ଗପୁର ଓ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ, ନବରଙ୍ଗପୁର ପରିଦର୍ଶନ କରି ମହାବିଦ୍ୟାଳୟରେ ହୋଇଥିବା ବିଭିନ୍ନ କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ ସେବା ମୂଳକ କାର୍ଯ୍ୟକ୍ରମଗୁଡ଼ିକ ସଂପର୍କରେ ପର୍ଯ୍ୟବେକ୍ଷଣ କରିଥିଲେ । ନବରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଭାସ୍କର ନାଥ ବିଶ୍ୱାଳ ତଥା ଜିଲ୍ଲା ନୋଡାଲ ଅଧିକାରୀ ପ୍ରଥମେ ଉଚ୍ଚ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ଜଣାଇ ମହାବିଦ୍ୟାଳୟରେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକକ ଓ ଦଳଗତ ନୃତ୍ୟ ପ୍ରତିଯୋଗୀତାର ଏକ ଝଲକ ଦେଖାଇ ଥିଲେ । ଏହା ପରେ ଡ଼ଃ. ବିଶ୍ୱାଳ ମହାବିଦ୍ୟାଳୟରେ ହୋଇଥିବା କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ ସେବାମୂଳକ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗୀତା ସଂପର୍କରେ ଅବଗତ କରାଇଥିଲେ । ପ୍ରଫେସର୍‌ ତ୍ରିନାଥ ପ୍ରସାଦ ରଥ, ଆଞ୍ଚଳିକ ନିର୍ଦ୍ଦେଶକ, ଜୟପୁର ପିଲାମାନଙ୍କୁ ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ ନିଜର ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଉତ୍ସାହିତ କରିଥିଲେ । ରାଜ୍ୟ ପର୍ଯ୍ୟବେକ୍ଷକ ତଥା ଉଚ୍ଚ ଶିକ୍ଷା ବିଭାଗର ଅଧସ୍ତନ ସଚିବ ସରୋଜ କୁମାର ପଣ୍ଡା ସରକାରଙ୍କ ନୂଆଁ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶାର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ ସଂପର୍କରେ ପଚାରି ବୁଝିଥିଲେ ଏବଂ ଉନ୍ନତ ଶିକ୍ଷା ପାଇବା ପାଇଁ ମହାବିଦ୍ୟାଳୟରେ କ’ଣ କ’ଣ ଅସୁବିଧା ରହିଛି ପିଲାମାନଙ୍କ ଠାରୁ ବୁଝିବା ସହ ସରକାର ଏ ଦିଗରେ ସର୍ବଦା ଗୁରୁତ୍ୱ ଦେଉଛନ୍ତି ବୋଲି ଜଣାଇଥିଲେ । ସେହିପରି ଦ୍ୱିତୀୟ ଦିନରେ ଜିଲ୍ଲା ନୋଡାଲ ଅଧିକାରୀ ଡ଼ଃ. ଭାସ୍କର ନାଥ ବିଶ୍ୱାଳଙ୍କ ସହ ଭୈରବ ଡିଗ୍ରୀ ମହାବିଦ୍ୟାଳୟ ଡାବୁଗାଁ, ପେଣ୍ଡ୍ରାଣୀ ଡ଼ିଗ୍ରୀ ମହାବିଦ୍ୟାଳୟ ଉମରକୋଟ, ପାନବେଡ଼ା ଡିଗ୍ରୀ ମହାବିଦ୍ୟାଳୟ ଚନ୍ଦାହାଣ୍ଡି ପରିଦର୍ଶନ କରି ଯୁବ ଓଡ଼ିଶା, ନବୀନ ଓଡ଼ିଶାର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଥିଲେ ।

hiranchal ad1
Leave A Reply

Your email address will not be published.

fifteen − 6 =