ଗଡଜାତ ସାଂସ୍କୃତିକ ମହୋତ୍ସବ ଉଦଘାଟିତ

0 93

ବୌଦ୍ଧ,୧୫/୧୨:- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବୀରନରସିଂପୁର ହାଇସ୍କୁଲ ପଡିଆଠାରେ ସପ୍ତମ ଗଡଜାତ ଲୋକ ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ମ୍ରୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବକୁ ଉଦଘାଟନ କରିଥିଲେ । ବୌଦ୍ଧ ଗଡଜାତର କଳା, ସଂସ୍କୃତି ଓ ପରଂପରାକୁ ବିଶ୍ୱ ଦରବାରରେ ପହଞ୍ଚାଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇବାରେ ଏହି ମହୋତ୍ସବର ମୁଖ୍ୟ ଭୁମିକା ରହିଛି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ସମାଜସେବୀ ଅଶୋକ କୁମାର ଅଗ୍ରୱାଲା, ଭୁବନେଶ୍ୱର ରାଧାନଗର ସରପଞ୍ଚ ଗଣେଶ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । କମିଟିର ସଭାପତି ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ୭ଦିନିଆ ମହୋତ୍ସବ ଉଦଘାଟନୀ ସଭାରେ ଶିକ୍ଷକ ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ । ସଂପାଦକ ଦେବାଶିଷ ମହାକୁଳ ବିବରଣୀ ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସଦସ୍ୟ ବସନ୍ତ କୁମାର ପ୍ରଧାନଙ୍କ ବିୟୋଗରେ ଦୁଇମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କଣ୍ଠଶିଳ୍ପୀ କର୍ଣ୍ଣ ମହାନନ୍ଦ ଓ ନିଳିମା ମହାନ୍ତି ସମ୍ବଲପୁରଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ମାର୍ଗଦର୍ଶକ ପୂର୍ଣ୍ଣଚନ୍ଦ୍ର ଗାଇଗୌରିଆ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ କର୍ଣ୍ଣ ମହାନନ୍ଦ ଏବଂ ସାଥୀଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ଓ କଂସ ଦରବାର ଅନୁଷ୍ଠିତ ହୋଇଥିଲା । ମହୋତ୍ସବରେ ମୀନାବଜାର, ବିଭିନ୍ନ ସରକାରୀ ବେସରକାରୀ ଉନ୍ନୟନ ଷ୍ଟଲ ଓ ଖାଦ୍ୟଷ୍ଟଲରେ ଦର୍ଶକ ଭିଡ ଜମାଇଥିବା ଦେଖିବାକୁ ମିଳିଥିଲା । ଆଜି ଅପରାହ୍ନରେ ଉଦଘାଟନ ପୂର୍ବରୁ ବିରାମଚନ୍ଦ୍ରପୁର ସୁବର୍ଣ୍ଣମେରୁ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା କରାଯାଇ ମହୋତ୍ସବ ପଡିଆରେ ସ୍ଥାପନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

fifteen − 1 =