ସାମ୍ବାଦିକଙ୍କୁ ମନା ଟାକରା ହାଇସ୍କୁଲ୍ ପରିସର ; ବାର୍ଷିକ ଉତ୍ସବରେ ସାମ୍ବାଦିକଙ୍କୁ ନିମନ୍ତ୍ରଣନଦେବା ଘଟଣା ବଢାଉଛି ସନ୍ଦେହ!

0 202

ଦଶପଲ୍ଲା:(ରତ୍ନାକର ହୋତା)- ଦଶପଲ୍ଲା ବ୍ଲକ ଟାକରାଠାରେ ରହିଛି ଆଦିବାସୀ କଲ୍ୟାଣ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟ । ଉକ୍ତ ବିଦ୍ୟାଳୟରେ ଗତକିଛିଦିନ ହେବ ପ୍ରଧାନଶିକ୍ଷକଙ୍କ ଦୁର୍ନୀତି ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପାଇବାରେ ଲାଗିଛି । ନିଜର ଦୁର୍ନୀତି ଧରାପଡିଯିବା ଭୟରେ , ପ୍ରଧାନଶିକ୍ଷକ ନିଜେ ଦୋଷମୁକ୍ତ ହେବାପାଇଁ, ଛାତ୍ରଛାତ୍ରୀଙ୍କୁ ପବର୍ତ୍ତାଇ ଗଣମାଧ୍ୟମ ର କଣ୍ଠରୋଧ କରିବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଆନ୍ଦୋଳନରେ ବସାଇଥିଲେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା । ଏହି କଥା ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅବଗତ ଥାଇ ମଧ୍ୟ କୌଣସି ପଦକ୍ଷେପ ନେଉନଥିବା ସର୍ବସାଧାରଣରେ ଚର୍ଚ୍ଚା ହେଉଛି। ସୋମବାର ଏବଂ ମଙ୍ଗଳବାର ଦିନ ଛାତ୍ରଛାତ୍ରୀଙ୍କ ଜ୍ଞାନ କୌଶଳରେ ବିକାଶ ପାଇଁ ହେଉଥିବା ବାର୍ଷିକ ଉତ୍ସବକୁ କୌଣସି ସାମ୍ବାଦିକଙ୍କୁ ଖବର ପ୍ରସାରଣ ନିମନ୍ତେ ଡାକିନାହାନ୍ତି ପ୍ରଧାନ ଶିକ୍ଷକ । ଅନ୍ୟପକ୍ଷରେ ବିଦ୍ୟାଳୟର ସିସିଏ ଦିଲ୍ଲୀପ କୁମାର ମଲ୍ଲିକଙ୍କୁ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଟାକରା ହାଇସ୍କୁଲରୁ ଅନ୍ୟତ୍ର ବଦଳି କରିଥିବାବେଳେ ରାଜନେତାଙ୍କ ଶରଣପଶି ପ୍ରଧାନଶିକ୍ଷକ ଦିଲ୍ଲୀପ ମଲ୍ଲିକଙ୍କୁ ପୁନଶ୍ଚ ଟାକରା ହାଇସ୍କୁଲରେ ଅବସ୍ଥାପିତ କରିବାପାଇଁ ପ୍ରୟାସକରୁଥିବା ଚର୍ଚ୍ଚା ହେଉଥିବାବେଳେ ଆଜି ବାର୍ଷିକ ଉତ୍ସବରେ କୌଣସି ଗଣମାଧ୍ୟମକୁ ସୂଚନା ନଦେଇଥିବା କଥା ଚର୍ଚ୍ଚାକୁ ଦୁଇଗୁଣିତ କରିଛି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରଧାନ ଶିକ୍ଷକଙ୍କ ବିଶୃଙ୍ଖଳିତ କାର୍ଯ୍ୟର ୧୫ ଦିନ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା କଥା ଗଣମାଧ୍ୟମ ସାମ୍ନାରେ କହିଥିଲେ,କିନ୍ତୁ ଦୀର୍ଘ ୩ ମାସ ବିତିଯାଇଥିଲେ ମଧ୍ୟ ଏ ସମ୍ପର୍କରେ କୌଣସି ତଦନ୍ତନହେବା ଏବଂ ଏନେଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ନିରବତା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

hiranchal ad1
Leave A Reply

Your email address will not be published.

fourteen + thirteen =