ହରଭଙ୍ଗା: ହରଭଙ୍ଗା ବ୍ଳକ ରାମଗଡ଼ ଜଗନ୍ନାଥ ବନ ପ୍ରକଳ୍ପଠାରେ “ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକ’ କର୍ମକର୍ତ୍ତା ଚୟନ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଚିତ୍ତରଂଜନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ହରଭଙ୍ଗା ବ୍ଲକର ଶୃଙ୍ଖଳା ଓ ସାମ୍ବାଦିକ ସୁରକ୍ଷା ସହିତ ସମାଜର ବିଭିନ୍ନ ଉନୟନମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ଆସୋସିଏସନର ଆବାହକ ବିଭୁଦତ୍ତ ବୋଷ ଅତିଥି ପରିଚୟ ପ୍ରଦାନ ପରେ ବୌଦ୍ଧ ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀ ଓ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପୂଜା ଅର୍ଚ୍ଚନା କରି ଆସୋସିଏସନ ଲଗୋ ଉନ୍ମୋଚନ କରାଯାଇଥିଲା । ଏଥିରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ବନମାଳୀ ପ୍ରଧାନ, ଉପ ସଭାପତି ଶ୍ୱାସତ ଦାସ, ସମ୍ପାଦକ ଭାଗବତ ମେହେର, ସହ ସମ୍ପାଦକ ସିମୁନ ନାୟକ ଓ କୋଷାଧ୍ୟକ୍ଷ ଭାବେ ବାସୁଦେବ ସାହୁଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ସେହିପରି ବରିଷ୍ଠ ସାମ୍ବାଦିକ ଚିତ୍ତରଂଜନ ସିଂ, ସୁକାନ୍ତ ପଟ୍ଟନାୟକ, କୁନା ବେହେରା, ନାରାୟଣ ଭୋକ୍ତାଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା । ମିଡ଼ିଆ ସଂଯୋଜକ ଭାବେ ଧିରେନ ପ୍ରଧାନ, କାର୍ଯ୍ୟକାରୀ ସଦସ୍ୟ ରେ ସୁଶାନ୍ତ ବେହେରା, କୁମୁଦ ଚନ୍ଦ୍ର ସାହୁ, ଅକ୍ଷୟ ମହାକୁଡ଼, ସଦାନନ୍ଦ ନାଏକ, ପ୍ରଭାତ ନାଏକ,ବିଜୟ ନାଏକଙ୍କୁ ମନୋନୀତ କରାଯାଇଥିଲା । ପରେ ବୌଦ୍ଧ ଧର୍ମର ସଂସ୍କୃତି ପରିବେଶବିତ ଅନ୍ତର୍ଯ୍ୟାମୀ ସାହୁ (ଗଛ ସାର )ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ନୂତନ ସଭାପତି ଭାବେ ମନୋନୀତ ହୋଇଥିବା ବନମାଳୀ ପ୍ରଧାନ ସର୍ବଦା ଲୋକଙ୍କ ସାଥିରେ ଓ ହରଭଙ୍ଗା ବ୍ଳକ ସମେତ ଜିଲ୍ଲାର ବିକାଶଦିଗରେ ଆସୋସିଏସନର ପ୍ରଥମ କର୍ତ୍ତବ୍ୟ ରହିବ ବୋଲି ନିଜସ୍ୱ ମତବ୍ୟକ୍ତ କରିଥିଲେ । ଶେଷରେ ସମ୍ପାଦକ ଭାଗବତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।