ଚମ୍ପୁଆ: ଚମ୍ପୁଆ ବ୍ଲକ ଅନ୍ତର୍ଗତ ୨୨ ଗୋଟି ପଂଚାୟତର ୩୩ ଗୋଟି ଫୁଟବଲ ଦଳକୁ ନେଇ ବ୍ଲକ ସ୍ତରୀୟ ଗ୍ରାମାଂଚଳ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଖେଳ ପ୍ରତିଭା ମାନଙ୍କୁ ଆଗକୁ ଆଣିବା ନେଇ ନୂଆ ଓଡିଶା ସ୍ପୋର୍ଟ୍ସ ଏଣ୍ଡ ଗେମ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାକୁ ଉପଜିଲାପାଳ ସୁକାନ୍ତ କୁମାର ମାଝି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ରଜିଆ ରୋହିଣି କ୍ଲବ ସହାୟତାରେ ତଥା ରଜିଆ ପଂଚାୟତ ସହଯୋଗରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଅନ୍ୟତମ ଅତିଥି ଭାବେ ଚମ୍ପୁଆ ବିଡିଓ ରାଜାରଣଜିତ ପ୍ରତାପ ବଳ ଓ ସରପଂଚ ସନ୍ତୋଷ କୁମାର ନାଏକ ଯୋଗ ଦେଇଥିଲେ । ୨ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ପ୍ରଥମ ଦିନରେ ୧୦ ଗୋଟି ଦଳ ମଧ୍ୟରେ ପ୍ରତିଯୋଗିତା ହୋଇଥିବା ବେଲେ ପ୍ରଥମ ଖେଳ ବସିରା ଓ ହୁଂଜପୋଶି ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୧୮ ରୁ ୩୫ ବର୍ଷ ବୟସର ଗ୍ରାମାଂଚଳ ଫୁଟବଲ ପ୍ରତିଭା ମାନଙ୍କୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଫାଇନାଲ ଖେଳ ଚମ୍ପୁଆ ନେହେରୁ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।