ଭବାନୀପାଟଣା: ରିଷିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ମହାସମାରୋହରେ ଉଦଯାପିତ ହେଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡାର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଚାରୀ ଶବର ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ମହେନ୍ଦ୍ର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ହୃଷିକେଶ ନାଏକ, ସିଆରସିସି ବୈକୁଣ୍ଠ ବେମାଲ, ରିଷିଗାଁ ସରପଞ୍ଚ ଶ୍ରୀମତୀ ବିନୋଦିନୀ ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଶ୍ରୀମତୀ ନିର୍ମଳା ନାଏକ, ବିଜୟାନନ୍ଦ ହୋତା ପ୍ରମୁଖ ମଞ୍ଚସିନା ହୋଇ ନିଜ ନିଜ ବକ୍ତବ୍ୟରେ କ୍ରୀଡା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କ୍ରୀଡା କାର୍ଯ୍ୟକ୍ରମର ଉଦଘାଟନ ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା ଓ ଶ୍ରୀମତୀ ଅନିତା ମହାନ୍ତିଙ୍କ ଦ୍ୱାରା ହେଇଥିବା ବେଳେ,ଶିକ୍ଷକ ସତ୍ୟନାରାୟଣ ନାଗଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହଯୋଗରେ ସଫଳ ହୋଇଥିଲା । ବରିଷ୍ଠ ଶିକ୍ଷକ ଆଲୋକ କୁମାର ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିଲେ । ପରିଶେଷରେ ଅଶୋକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।