ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆ ଓଡିଶା :ଯୁବ ଓଡିଶା ନବୀନ ଓଡିଶା’ର ଉଦଯାପନୀ ସମାରୋହ

0 155

ହରଭଙ୍ଗା :ପୁରୁଣାକଟକ ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ନୂଆ ଓଡିଶା :ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଉଦଯାପନୀ ଦିବସ ମହା ସମାରୋହରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଧରିତ୍ରୀ ରାଣୀ କାନୁନଗୋଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ, ପାନୀୟ ଜଳ, ପଞ୍ଚାୟତରାଜ,ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଉପଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର, ନୋଡାଲ ଅଫିସର ଅଧ୍ୟାପକ ପ୍ରଶାନ୍ତ କୁମାର ସେଠି ମଞ୍ଚାସୀନ ରହିଥିଲେ । ମଞ୍ଚାସିନ ଅତିଥି ଗଣ ପ୍ରଥମେ ମା ଭୈରବୀଙ୍କ ତୈଳ ଫଟୋ ଚିତ୍ରରେ ପୂଜାର୍ଚ୍ଚନା ପରେ ଅତିଥି ମାନଙ୍କୁ ଅନୁଷ୍ଠାନ ତରଫରୁ ଅତିଥି ପରିଚୟ ସହିତ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା, ତତ୍‌ ପରେ ଅଧ୍ୟକ୍ଷାଙ୍କ ଦ୍ୱାରା ବିଦ୍ୟାଳୟର ବିବରଣୀ ପଠନ ପରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ତଥା ତର୍କ, ବକ୍ତୃତା, ନୃତ୍ୟ, ସଂଗୀତ,ଚିତ୍ରାଙ୍କନ, ରଙ୍ଗୋଲି, ଝୋଟି, ମେହେନ୍ଦି, ଫେସନ ସୋ, ସାମାଜିକ କାର୍ଯ୍ୟକଳାପ, ଅଲରାଉଣ୍ଡର, କ୍ରୀଡା ଚାମ୍ପିୟନ, ବିଭାଗର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଅବସରପ୍ରାପ୍ତ ଅଧ୍ୟାପକ କୈଳାଶ ଚନ୍ଦ୍ର ଦାସ, ମନୋଜ କୁମାର ପାଠି, ଉମା ଶଙ୍କର ରାଉତ ଏବଂ ମଧୁ ସୁଦନ ବେହେରାଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା । ମଞ୍ଚ କାର୍ଯ୍ୟ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ,ସଂଗୀତର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟଟି ପ୍ରାୟ ଏକମାସ ଛଅ ଦିନ ଧରି ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ଅନ୍ତଃନିହିତ ଗୁଣ ପ୍ରସ୍ଫୁଟିତ ହେବା ସହ ନୂତନ ଜ୍ଞାନ କୌଶଳରେ ଆତ୍ମ ନିର୍ଭରଶୀଳ ହେବା, ଉତ୍ତମ ମାନବ ସମାଜ ଗଠନ କରି ଦେଶବିଦେଶରେ ନିଜେ ପରିଚିତ ହେବା ସହ ଅଂଚଳ ରାଜ୍ୟ ଓ ଦେଶର ନାମ ରଖିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଉକ୍ତ ସମସ୍ତ କାର୍ଯ୍ୟରେ ଅଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ ଓ ଦେବାଶିଷ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ ଅଭିଭାବକ, ଅଭିଭାବିକା, ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

17 − four =