ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ସେନଫେଷ୍ଟ-୨୦୨୩ ଉଦଘାଟିତ

0 76

ରାୟଗଡା : ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟ ପରିସରରେ ବାର୍ଷିକ ଉତ୍ସବ ସେନଫେଷ୍ଟ-୨୦୨୩ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥୀ ରୂପେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସେହିପରି ସମ୍ମାନୀତ ଅତିଥୀ ଭାବେ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ. ପି.କେ ଗନ୍ତାୟତ, ସେଞ୍ଚୁରିଅନ ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ଡ଼ଃ. ରାଜେଶ କୁମାର ପାଢ଼ୀ, ବିଦ୍ୟାଳୟ ଅଧ୍ୟକ୍ଷ ରାଧା କ୍ରୀଷ୍ଣା ମହାପାତ୍ର ବିଶ୍ୱ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ. ଚନ୍ଦ୍ରଶେଖର ପାତ୍ର ବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟ ପ୍ରଶାସନିକ ଅଧିକାରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଶିକ୍ଷାର୍ଥୀଙ୍କ ଭବିଷ୍ୟତ ସମୃଦ୍ଧ କରେ ଶିକ୍ଷା । ସମାଜରେ ଶୃଙ୍ଖଳିତ ମଣିଷ ଗଠନରେ ଶିକ୍ଷାର ମହତ୍ୱପୂର୍ଣ୍ଣ ରହିଛି । ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶିକ୍ଷା ହାର କମ୍‌ ରହିଛି । ତେଣୁ ସେଞ୍ଚୁରିଅନ ଭଳି ଶିକ୍ଷାନୁଷ୍ଠାନ ଅଞ୍ଚଳର ଯୁବପିଢୀଙ୍କୁ ଶିକ୍ଷାଦ୍ୱାରା ଆତ୍ମନିର୍ଭରଶୀଳ କୌଶଳ ପ୍ରଦାନ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି । ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନ ପଛୁଆ ଅଞ୍ଚଳକୁ ଆଗକୁ ନେବାରେ ସହାୟକ ହୋଇଛି । ବୋଲି ମୁଖ୍ୟ ଅତିଥୀ ଶ୍ରୀ ମୁଦୁଲି ସଭାରେ ମତବ୍ୟକ୍ତ କରିଛନ୍ତି । ସେଞ୍ଚୁରିଅନ ୨୦୧୦ମସିହାରେ ରାୟଗଡାରେ ସ୍ଥାପିତ ହୋଇଥିଲା । ଏହାପରେ ଶିକ୍ଷାନୁଷ୍ଠାନ କିଭଳି ୩୦ଜଣ ଛାତ୍ରଛାତ୍ରୀଙ୍କ ଠାରୁ ଗତ ୧୩ବର୍ଷ ମଧ୍ୟରେ ସଫଳତାର ଶିର୍ଷୀରେ ପହଞ୍ଚିଛି ତାହା ବିଶ୍ୱ ବିଦ୍ୟାଳୟ ନିର୍ଦ୍ଦେଶକ ରାଜେଶ କୁମାର ପାଢୀ ସଭାରେ ପ୍ରକାଶ କରିଥିଲେ । ଏହି ଅବସରରେ ସେଞ୍ଚୁରିଅନ ପବ୍ଲିକ ସ୍କୁଲ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ସମ୍ମାନୀତ କରାଯାଇଥିଲା । ଏଥିସହିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ରାଙ୍ଗାରଙ୍ଗ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ପାଲଟିଥିବା ଓଡ଼ିଆ ସିନେମା ଜଗତର ଜଣାଶୁଣା କଳାକାର ତଥା ଅଭିନେତା ଶୈଲେନ୍ଦର ସାମନ୍ତରାୟ । ସେ ଡ୍ୟାନ୍ସର ଝଲକ ଦେଖେଇ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କୁ ମନୋରଂଜର ଖୁରାକ୍‌ ଯୋଗାଇଥିଲେ । ଏହି କାର୍ଯ୍ୟକ୍ରମରେ ୫ହଜାରରୁ ଉର୍ଦ୍ଧ୍ୱ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

20 − thirteen =