ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

0 168

ହରଭଙ୍ଗା,୧୬/୧:- ଓଡିଶା ସରକାରଙ୍କ ଜଳସମ୍ପଦ ବିଭାଗ ବୌଦ୍ଧ କ୍ଷୁଦ୍ର ଜଳସେଚନ ଆନୁକୂଲ୍ୟରେ ହରଭଙ୍ଗା ବ୍ଲକ ପଲସା କୁଟୁଣୀ ଡ୍ୟାମରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ହରଭଙ୍ଗାବ୍ଳକ ଉପାଧକ୍ଷ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବୌଦ୍ଧ କ୍ଷୁଦ୍ର ଜଳ ସେଚନ ବିଭାଗ ଅଧକ୍ଷୀଣ ଯନ୍ତ୍ରୀ ମନରଞ୍ଜନ ହାଁସଦା,ଏସ ଡି ଓ ଧରଣୀ କିସାନ, ସନ୍ତୋଷ ମହାପାତ୍ର, ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ଜ୍ଞାନରଞ୍ଜନ ଦିଗାଲ, ବ୍ଳକ କୃଷି ଅଧିକାରୀ ସବ୍ୟସାଚୀ ଦାସ, ପୁରୁଣାକଟକ ମତ୍ସ୍ୟ ଅଧିକାରୀ ରାକେଶ ସ୍ୱାଇଁ, କ୍ଷୁଦ୍ର ଜଳସେଚନ କନିଷ୍ଠଯନ୍ତ୍ରୀ ରମେଶ ରାଉତ ପ୍ରମୁଖ ଉପସ୍ଥିତ ରହି ପାଣି ପଞ୍ଚାୟତର ଗଠନ ଭୂମିକା, ଜଳସମ୍ପଦ ସୁରକ୍ଷା ଓ ସୁ-ପରିଚାଳନା ନେଇ ଯୋଗଦେଇଥିବା କୃଷକ ସାଥି ଏସଏଚଜି ମହିଳାଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଏପରିକି ପଲସାକୁଟୁଣୀ ଡ୍ୟାମର ପୁନଃରୁଦ୍ଧାର ଓ ଗାନ୍ଧୀ କେନାଲ ପୁନଃଉଦ୍ଧାରର ପାଣି ପଂଚାୟତର ନୂତନ କର୍ମକର୍ତ୍ତା ଚୟନ କରାଯାଇ ଚାଷୀ କିପରି ସୁବିଧାରେ ପାଣି ପାଇପାରିବେ ତୁରନ୍ତ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉ ବୋଲି ଉପାଧକ୍ଷ ସରୋଜ ପ୍ରଧାନ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ପାଣି ପଞ୍ଚାୟତ ଗଠନର ସଭାପତି, ସମ୍ପାଦକ, ମହିଳା ଗୋଷ୍ଠୀ, ଶତାଧିକ ଚାଷୀ ପୁରୁଷ ମହିଳା ଯୋଗଦେଇ ଥିଲେ । କାର୍ଯ୍ୟକ୍ରମକୁ ଏସଡିଓ ବିଭୁତି ମାଝୀ ପରିଚାଳନା କରିଥିବା ବେଳେ ଶେଷରେ କୃତିପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

19 − nine =