ହରଭଙ୍ଗା୧୬/୦୧:- ଫ୍ରେଣ୍ଡଆସୋସିଏସନ ତିଲେଶ୍ୱର ଆନୁକୂଲ୍ୟରେ ଆୟୋଜିତ ୨୦୨୪ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଲାଲ ବାହାଦୁର ବିଦ୍ୟାପୀଠ ଫକୀର ଚରଣ ଖେଳ ପଡିଆଠାରେ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜି ଫାଇନାଲ ମ୍ୟାଚରେ ଜେଡି କ୍ଳବ ଫୁଲବାଣୀ ଭରସେଶ ବିଏସଏଫ କ୍ଳବ ସୋନପୁର ମଧ୍ୟରେ ଆକର୍ଷଣୀୟ ପୂର୍ଣ୍ଣ ଖେଳ ଖେଳାଳୀ ମାନେ ପ୍ରଦର୍ଶନ କରି ଫୁଟବଲ ପ୍ରେମୀ ଦର୍ଶକଙ୍କୁ ମୁଗ୍ଧ କରିଥିଲେ । ଉକ୍ତ ଟୁର୍ଣ୍ଣାମେଣ୍ଟ ୭ଦିନ ଧରି ଚାଲୁ ରହିଥିବାବେଳେ ଟ୍ରାଇବେକରରେ ବିଏସଏଫ ସୋନପୁର ୪/୨ଗୋଲ ରେ ବିଜେତା ହୋଇ ମୁଖ୍ୟ ଆକର୍ଷଣୀୟ ଥିବା ସ୍ମୃତିର ଫଳକ ଗୀତାରାଣୀ ମେମୋରିଆଲ ଟ୍ରଫି ଅକ୍ତିଆର କରିଥିବା ବେଳେ ଗୀତାରାଣୀ ମେମୋରିଆଲର ରନର୍ସ ଟ୍ରଫି ଜେଡି କ୍ଳବ ଫୁଲବାଣୀ ପାଇବାରେ ସଫଳ ହୋଇଥିଲା । ଆଜି ଉଦଯାପନୀ ଦିବସରେ ମୁଖ୍ୟ ଅତିଥିଭାବେ ଓଡିଶା ସରକାରଙ୍କ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ପଞ୍ଚାୟତିରାଜ, ପାନୀୟଜଳ, ସୂଚନା ଓ ଲୋକସମ୍ପର୍କ ବିଭଗ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ଅଜୟ କୁମାର ଲୁହା ହରଭଙ୍ଗା (ବିଇଓ), ବାମଣ୍ଡା ସରପଞ୍ଚ ଇନ୍ଦ୍ରମଣି ଝାଙ୍କର, ବୀରନରସିଂହପୁର ସରପଞ୍ଚ ଚନ୍ଦନା ବେହେରା ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରାଇଥିଲେ । ଫାଇନାଲ ଖେଳରେ ମୁଖ୍ୟ ରେଫରୀ ଭାବେ ସୁବ୍ରତ କୁମାର ପୁରୋହିତ ଖେଳ ପରିଚାଳନା କରିଥିବାବେଳେ ସୁବ୍ରତ କୁମାର ପୁରୋହିତ, ମାନସ କୁମାର ବିଶ୍ୱାଳ, ସୁଜିତ ରାଜହଂସ, ଦିଲ୍ଲୀପ କୁମାର ରାଉତ ଓ ରଞ୍ଜନ କୁମାର ଯୋଷୀ ସହଯୋଗୀ ରେଫରି ଭାବେ ଖେଳକୁ ପରିଚାଳନା କରିଥିଲେ । ଉକ୍ତ ପ୍ରଥମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ସାତଦିନ ଧରି ଆୟୋଜକ କମିଟିର ସଭାପତି ଝୁନୁ ବେହେରା, ସମ୍ପାଦକ ରମେଶ କୁମାର ସାମଲ, ସୁଶୀଲ ଦେହୁରୀ, ଦେବରାଜ ପ୍ରଧାନ, ବିଶ୍ୱଜିତ ପ୍ରଧାନ, ସୁଜ୍ଞାନ କର୍ଣ୍ଣ, ଉପଦେଷ୍ଟା ଶ୍ୟାମ ସୁନ୍ଦର ମେହେର, ଶେଷଦେବ ପ୍ରଧାନ, ଉଦିତ ପ୍ରସାଦ ଦେହୁରୀ, ଦିଲ୍ଲୀପ କୁମାର ସାମଲ, କାଦମ୍ବିନୀ ଯୋଶୀ, କୋଷାଧକ୍ଷ ନିକୁଞ୍ଜ ବେହେରାଙ୍କ ସମେତ ଫ୍ରେଣ୍ଡସ ଆସୋସିଏସନର କର୍ମକର୍ତ୍ତା ସହଯୋଗ କରିଥିଲେ ।