ମହାରାଜା ହାଇସ୍କୁଲର ପୁରାତନ ଛାତ୍ରଙ୍କର ବନ୍ଧୁମିଳନ

0 51

ସୁବର୍ଣ୍ଣପୁର,୧୭/୧:- ଜୀବନର ବାସ୍ତବତାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ବନ୍ଧୁମିଳନ ଏକାନ୍ତ ଆବଶ୍ୟକ । ବନ୍ଧୁ ମିଳନ ପାରିବାରିକ ସଂଯୋଗକୁ ମଜବୁତ କରି ରଖେ ବୋଲି ଆଜି ମହାରାଜା ହାଇସ୍କୁଲର ୧୯୬୮ ମାଟ୍ରିକ ବ୍ୟାଚର ପୁରାତନ ଛାତ୍ର ମାନଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ପ୍ରାରମ୍ଭରେ ପରଲୋକଗତ ବନ୍ଧୁ ସତ୍ୟନାରାୟଣ ମିସ୍ତ୍ରୀଙ୍କ ବିୟୋଗରେ ସମସ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରି ତାଙ୍କର ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ଠାରେ ପ୍ରାର୍ଥନା କରିଥିଲେ । ତା ପରେ ଆୟୋଜକ ବ୍ୟୋମକେଶ ଦାଶ ବିଭିନ୍ନ ଅଞ୍ଚଳରୁ ଆସିଥିବା ବନ୍ଧୁମାନଙ୍କୁ ସ୍ୱାଗତ ଜଣାଇ ସେମାନଙ୍କର ଆଗାମୀ ଭବିଷ୍ୟତ ସୁଖମୟ ହେଉ ବୋଲି ସୋନପୁରର ଇଷ୍ଟ ଦେବୀ ମାଁ ସୁରେଶ୍ୱରୀଙ୍କ ଠାରେ ପ୍ରାର୍ଥନା କରିଥିଲେ । ବନ୍ଧୁମାନଙ୍କ ସହଯୋଗ କ୍ରମେ ୨୦୦୪ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୧ ବର୍ଷ ଧରି ସୂଚାରୁ ରୂପେ ଏଭଳି ବନ୍ଧୁ ମିଳନ ଅନୁଷ୍ଠିତ ହେଉଥିବାରୁ କୃତଜ୍ଞତା ଜଣାଇଥିଲେ । ଭବିଷ୍ୟତରେ ଏହା ସମସ୍ତଙ୍କ ପ୍ରେରଣାଦାୟୀ ହୋଇ ବରାବର ସମସ୍ତେ ଯୋଗ ଦେଉଥିବାରୁ ସମସ୍ତେ ଖୁସି ପ୍ରକଟ କରିଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସର୍ବଶ୍ରୀ ବିଧୁଭୂଷଣ ପାଣିଗ୍ରାହୀ, କୃପାସିନ୍ଧୁ ପାଣିଗ୍ରାହୀ, ଥବିର ବିଶି, ପ୍ରଭାକର ସେନାପତି, ପ୍ରଫୁଲ୍ଲ ଚାନ୍ଦ,, କେଶବ କର୍ମୀ, ରଘୁବୀର ଦାଶ, ସନ୍ତୋଷ କୁମାର ଦାଶ, ରସରାଜ ସା, ପରମେଶ୍ୱର ଦାନୀ, ରାଧେଶ୍ୟାମ ମିଶ୍ର, ଶଙ୍କର୍ଷଣ ପାଣିଗ୍ରାହୀ, ବେଦବ୍ୟାସ ତ୍ରିପାଠୀ, ବିଶ୍ୱନାଥ ରଥ, ମଧୁସୂଦନ କର୍ମୀ ପ୍ରମୁଖ ୧୭ ଜଣ ବନ୍ଧୁ ଯୋଗଦାନ କରିଥିଲେ । ଶେଷରେ ଶ୍ରୀଯୁକ୍ତ ସନ୍ତୋଷ କୁମାର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

18 + nine =