ନୂଆପାଟଣାରୁ ଅଯୋଧ୍ୟା ଗଲା ରାମଲାଲଙ୍କ ଅଙ୍ଗ ବସ୍ତ୍ର

0 85

ଆଠଗଡ : ରାମଲାଲାଙ୍କ ଅଙ୍ଗବସ୍ତ୍ର ଗଲା କଟକ ଜିଲ୍ଲା ତିଗିରିଆ ନୁଆପାଟଣାରୁ । ବାନ୍ଧକଳା ପାଇଁ ନୁଆପାଟଣା ଭାରତ ପ୍ରସିଦ୍ଧ । ଆସନ୍ତା ୨୨ ତାରିଖରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହା ପରଦିନ ଆସନ୍ତା ୨୩ ତାରିଖରେ କଟକ ଜିଲ୍ଲା ନୂଆପାଟଣାର ପ୍ରସିଦ୍ଧ ଖଣ୍ଡୁଆ ପାଟ ତାଙ୍କୁ ପରିଧାନ କରାଯିବ । ଏନେଇ ଗତ ୧୫ ଦିନ ହେଲା ପରିଶ୍ରମ କରି ଅହିଂସା ଖଣ୍ଡୁଆ ପାଟ ସୂତାରେ ଅଙ୍ଗବସ୍ତ୍ର ଓ ଉତ୍ତରୀୟ ବୁଣା ଶେଷ କରିଛନ୍ତୀ ବୁଣାକାର ମାନେ । ଗତକାଲି ବୁଧବାର ସ୍ଥାନୀୟ ରାମ ମନ୍ଦିରରେ ବସ୍ତ୍ର ଗୁଡ଼ିକ ପୂଜାର୍ଚ୍ଚନା କରି ଗ୍ରାମ ପରିକ୍ରମା ପରେ ଅଯୋଧ୍ୟା ନେବା ଉଦ୍ଦେଶ୍ୟରେ ଭୁବନେଶ୍ୱର ପଠାଯାଇଛି । ସେଠାରୁ ବସ୍ତ୍ରକୁ ଅଯୋଧ୍ୟା ନିଆଯିବ । ନୂଆପାଟଣା ସ୍ଥିତ ୧ ନମ୍ୱର୍‌ ବୁଣାକାର ତନ୍ତୁବାୟ ସମିତିର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବାନ୍ଧ କଳା କାରିଗର ଅର୍ଜୁନ ପାଲଙ୍କ ଟିମ ପକ୍ଷରୁ ରାମଲାଲାଙ୍କ ପାଇଁ ୫ହାତ ଲମ୍ବର ଅଙ୍ଗବସ୍ତ୍ର ଓ ୩ ହାତ ଲମ୍ବର ଉତ୍ତରୀୟ ବୁଣା ହୋଇଛି । ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ସହ ଯୋଗାଯୋଗ ପରେ ଉକ୍ତ ବସ୍ତ୍ର ବୁଣା ଆରମ୍ଭ କରାଯାଇଥିଲା । କାରିଗର ଅର୍ଜୁନ ପାଲଙ୍କ ସହ ରମାକାନ୍ତ ତୋଷ, ମନୋରଞ୍ଜନ ତୋଷ, ଶରତ କୁମାର ବେହେରା, ସବ୍ୟସାଚୀ ପାତ୍ର, ପ୍ରସନ୍ନ ନନ୍ଦୀ, ହେମନ୍ତ କୁଣ୍ଡୁ, ନରେଶ ତୋଷ, ପରୀକ୍ଷିତ ବେହେରା ଓ ଶୁଭେନ୍ଦୁ ପାତ୍ର ଏହି ବସ୍ତ୍ର ତିଆରି କରିଛନ୍ତି । ବୁଣାକାର ପରୀକ୍ଷିତ ବେହେରା ଉକ୍ତ ଅଙ୍ଗବସ୍ତ୍ର ନେଇ ବୁଧବାର ଦିନ ଅଯୋଧ୍ୟା ଯାଇଛନ୍ତି । ଉକ୍ତ ବସ୍ତ୍ରକୁ ଆସନ୍ତା ୧୯ ତାରିଖରେ ରାମଲାଲ ଟ୍ରଷ୍ଟଙ୍କୁ ହସ୍ତାନ୍ତର କରାଯିବ ।

hiring

hiranchal ad1
Leave A Reply

Your email address will not be published.

2 × two =