ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ

0 78

ଭୁବନେଶ୍ବର : ଏଣିକି ରାତିରେ ବୁଲିହେବ ଚନ୍ଦକା ଅଭୟାରଣ୍ୟ । ଆସନ୍ତା ୨୯ରୁ ଭରତପୁର ସଫାରୀରେ ଆରମ୍ଭ ହେବ ‘ନାଇଟ୍‌ ନକଚରାଲ୍‌ ଟ୍ରେଲ୍’ । ରାତି ସାଢେ ୯ଟା ଯାଏଁ ସଫାରୀ ଖୋଲାରହିବା ସହିତ, ଜାରୀରହିବ ଟ୍ରାଏଲ ।ସେଥିପାଇଁ ରାତି ସାଢେ ୯ଟାରୁ ସକାଳ ସାଢେ ୯ଟା ଯାଏଁ ବନ୍ଦ ରହିବ ସଫାରୀ । ନାଇଟ୍‌ ନକଚରାଲ୍‌ ଟ୍ରାଏଲ ‘ ଯୋଗୁଁ ଛାତ୍ରଛାତ୍ରୀ, ରିସର୍ଚ୍ଚ ସ୍କଲାର ଉପକୃତ ହେବେ । ଦିନବେଳା ସମୟ ପାଉନଥିବା ବ୍ୟକ୍ତି ସନ୍ଧ୍ୟାରେ ଅଭୟାରଣ୍ୟ ବୁଲିପାରିବେ । ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି ।କେବଳ ବନ୍ୟପ୍ରାଣୀ ନୁହେଁ,ଏଠାରେ ଦୁଇଟି ଜଳ ଭଣ୍ଡାର ମଧ୍ୟ ରହିଛି – ଡେରାସ ବନ୍ଧ ଏବଂ ଝୁମୁକା ବନ୍ଧ, ଯାହାକି ଅଭୟାରଣ୍ୟର ମଝିରେ ଅବସ୍ଥିତ । ଉଭୟ ବର୍ଷାଜଳ ସଂରକ୍ଷଣର ଜ୍ଜ୍ୱଳନ୍ତ ଉଦାହରଣ । ଡେରାସରେ ଥିବା ବାଉଁଶ କୁଟୀରଗୁଡ଼ିକ ଚନ୍ଦକା ଅଭୟାରଣ୍ୟର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଜ୍ୟ ଦର୍ଶନର ସୁଯୋଗ ଦେଇଥାଏ।ଏଠାରେ ମୁଖ୍ୟତଃ ୬ଟି ଜାତିର ଉଦ୍ଭିଦ ଦେଖାଯା’ନ୍ତି । ମାଧ୍ୟମିକ ଆର୍ଦ୍ର ଅର୍ଦ୍ଧ-ଚିରହରିତ ଅରଣ୍ୟ, ଆର୍ଦ୍ର କାଙ୍ଗଡା ଅରଣ୍ୟ, ଉପକୂଳିଆ ଶାଳ ଅରଣ୍ୟ, ସମସ୍ୟାବହୁଳ କଣ୍ଟକପୂର୍ଣ୍ଣ ବାଉଁଶ ଜଙ୍ଗଲ ଓ ଈଉପଟୋରିଅମ ଗୁଳ୍ମ । ବୃକ୍ଷମାନଙ୍କ ମଧ୍ୟରେ କୋଚିଲ, କାଳିଚ, ବେଲ, କାଙ୍ଗଡା, ଗିରଙ୍ଗା, ସୁନାରି, ଶାଳ, କୁମ୍ଭି, ଜାମୁ, କରଞ୍ଜ, ବେତ ଓ ଶିଧ ଇତ୍ୟାଦି ଦେଖିବାକୁ ମିଳେ । ପର୍ଯ୍ୟଟକମାନେ ଜଙ୍ଗଲ ସଫାରି ମାଧ୍ୟମରେ ଜଙ୍ଗଲର ର ସୁନ୍ଦରତା ସହ ବିଭିନ୍ନ ପଶୁ ପକ୍ଷୀମାନଙ୍କୁ ଦେଖିବାର ମଜା ଉଠାଇପାରିବେ।

hiranchal ad1
Leave A Reply

Your email address will not be published.

4 × two =