ନୂଆଦିଲ୍ଲୀ: ଏଏସ୍ଓ ଚୟନ ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ସୁପ୍ରିମକୋର୍ଟ ଏହାର ଶୁଣାଣି କରିଛନ୍ତି । ଏହା ସହ କୋର୍ଟ ଉଭୟ ଏଏସଓ ଚୟନ ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ଦୁଇଜଣିଆ ବିଚାରପତିଙ୍କ ଖଣ୍ଡପୀଠ ୨୦୨୩ ଡିସେମ୍ବର ୨୨ ତାରିଖରେ ରାୟ ଶୁଣାଇଥିଲେ । ଏଥିରେ ଏଏସଓ ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନଥିବା କୁହାଯାଇଥିଲା । ଏହାସହ ଓପିଏସସି ପକ୍ଷରୁ ଜାରି ହୋଇଥିବା ୧୧୦୪ ଜଣ ପରୀକ୍ଷାର୍ଥୀଙ୍କ ମେରିଟ୍ ଲିଷ୍ଟକୁ କାଏମ ରଖାଯାଇଥିଲା । ଯେଉଁଠୁ ଚୟନ ପ୍ରକ୍ରିୟା ବନ୍ଦ ରହିଥିଲା, ସେଠାରୁ ପୁଣି ଆରମ୍ଭ କରିବାକୁ ଓପିଏସସିକୁ ନିର୍ଦେଶ ଦେଇଥିଲେ ହାଇକୋର୍ଟ ।
ଓଡ଼ିଶା ସଚିବାଳୟରେ ୭୯୬ ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦବୀ ପାଇଁ ୨୦୨୨ ମସିହା ଅଗଷ୍ଟ ୨୭ ତାରିଖରେ ଲିଖିତ ପରୀକ୍ଷା ହୋଇଥିଲା । ମୋଟ୍ ୧ ଲକ୍ଷ ୪୮ ହଜାର ୮୮୮ ଜଣ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥିଲେ ।