ଜିଲ୍ଲା ସ୍ତରୀୟ ଚତୁର୍ଥ ଭାରତ ସ୍କାଉଡ଼ ଓ ଗାଇଡ଼ସ ଉଦଘାଟିତ

0 110

ହରଭଙ୍ଗା :ବୌଦ୍ଧ ଜିଲ୍ଲା ସ୍କାଉଡ଼ ଗାଇଡ଼ସ ଆନୁକୂଲ୍ୟରେ ପଲ୍ଲୀବିକାଶ ଉଚ୍ଚ ବିଦ୍ୟାଳୟ ଲୁଣିବାହାର ଠାରେ ବୌଦ୍ଧ ଜିଲ୍ଲା ସ୍ତରୀୟ ଚତୁର୍ଥ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଡ଼ ଗାଇଡ଼ ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁରୁଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ସମ୍ମାନିତ ଅତିଥିଭାବେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ,୮ନଂ ଜୋନ ଜିଲ୍ଲା ପରିଷଦ ତାରାମଣୀ ପ୍ରଧାନ,ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଜୟ କୁମାର ଲୁହା, ଆନନ୍ଦ କୁମାର ବେହେରା ଜିଲ୍ଲା ସ୍କାଉଡ଼ ଗାଇଡ଼ ସମ୍ପାଦଜ, ମୃତ୍ୟୁଞ୍ଜୟ ସାହୁ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଉପରେ ଛାତ୍ରଛାତ୍ରୀଙ୍କୁ ଆଲୋକପାତ କରିଥିଲେ । ମଞ୍ଚାସିନ ଅତିଥିଙ୍କୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ପୁଷ୍ପଗୁଚ୍ଛ ଓ ଉପଢୌକନ ଓ ବେଚ ପ୍ରଧାନ ପରି ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଆଜିଠୁ ତିନିଦିନ ଧରି ଚାଲୁ ରହିବ ବୋଲି ଜିଲ୍ଲା ସ୍କାଉଡ଼ ଗାଇଡ଼ ସମ୍ପାଦକ ସୂଚନା ଦେଇଛନ୍ତି । ଏହି ସଭାକାର୍ଯ୍ୟକୁ ସ୍କାଉଡ଼ଗାଇଡ଼ ମାଷ୍ଟର ବନମାଳି ମେହେର ପରିଚାଳନା ଅତିଥି ପରିଚୟ ସହିତ ପରିଚାଳନା କରିଥିଲେ । ଏହି ଜିଲ୍ଲା ଭାରତ ସ୍ତରୀୟ ସ୍କାଉଡ଼ ଗାଇଡ଼ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ୬୧ଟି ଉଚ୍ଚ ବିଦ୍ୟାଳୟର ୪୦୨ଜଣ ଛାତ୍ରଛାତ୍ରୀ ଭଗନେବେ ବୋଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ସାହୁ ସୂଚନା ଦେଇଛନ୍ତି । ଉଦଘାଟନୀ ଦିବସରେ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ସ୍କୁଲ ପରିଚାଳନା କମିଟି ଓ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଶେଷରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଧନ୍ୟବାଦ ଦେଇ ମଞ୍ଚ କାର୍ଯ୍ୟକୁ ସମାପନ କରିଥିଲେ । ମଞ୍ଚ କାର୍ଯ୍ୟ ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

two × three =