“ଆମ ଓଡିଶା, ନବୀନ ଓଡିଶା’ ଆନୁକୂଲ୍ୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

0 369

ଦଶପଲ୍ଲା : ଆଜି ଦଶପଲ୍ଲା ପଶ୍ଚିମାଞ୍ଚଳର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳ ବାଣିଗୋଛା ଠାରେ ପ୍ରଥମ ପଂଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସଚେତନତା କାର୍ଯ୍ୟକ୍ରମରେ ବାଣିଗୋଛା ଗ୍ରାମପଞ୍ଚାୟତ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗଦେଇ ନିଜ ନିଜର ଉତ୍ପାଦ ଗୁଡିକୁ ପ୍ରଦର୍ଶିତ କରିଥିଲେ । ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ସମନ୍ୱିତ ଶିଶୁ ମଂଗଳ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ତରଫରୁ ନିଜନିଜ ବିଭାଗର ସଫଳ ଉପଲବ୍ଧିକୁ ଷ୍ଟଲ୍‌ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ପରୀକ୍ଷା, ପୃଷ୍ଟି ସଚେତନତା କାର୍ଯ୍ୟକ୍ରମକୁ ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା, ଯାହାକି ସମସ୍ତ ଜନସାଧାରଣଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ଦଶପଲ୍ଲା ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ବ୍ଲକ୍‌ ଅଧ୍ୟକ୍ଷା ସୁନନ୍ଦା ସାହୁ,ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଜାନକୀ ଦେହୁରୀ, ଦଶପଲ୍ଲା ମଣ୍ଡଳ ଉନ୍ନୟନ ଅଧିକାରୀ ସଂଜୟ କୁମାର ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟ, ହରିଶ୍ଚନ୍ଦ୍ର ଜାନୀ, ବାଣିଗୋଛା ସରପଞ୍ଚ ସସ୍ମିତା ମହାକୁଡ଼ ସମେତ ବହୁ ପଂଚାୟତସ୍ତରୀୟ ନିର୍ବାଚିତ ପ୍ରତିନିଧି ଯୋଗ ଦେଇଥିଲେ ।

hiring

ଆଜିର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରି ବିଧାୟକ ଶ୍ରୀ ବେହେରା କହିଥିଲେ ଯେ,ଆମ ଓଡିଶା, ନବୀନ ଓଡିଶା ମାଧ୍ୟମରେ ଆଜି ଓଡିଶା ଏକ ରୁପାନ୍ତରୀତ ରାଜ୍ୟ ହେବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟାରେ ଗ୍ରାମାଞ୍ଚଳରେ ସମସ୍ତ ସହରୀ ସୁଖ ସୁବିଧା ଉପଲବ୍ଧ ହେବାକୁ ଯାଉଛି ପ୍ରତି ଗ୍ରାମାଞ୍ଚଳରେ, ବ୍ୟାଙ୍କ, ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ପାନୀୟ ଜଳ, ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ, ଆର୍ଥିକ ସ୍ୱାବଲମ୍ବୀ ଭଳି ବହୁ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି ଓ ତାହାକୁ କାର୍ଯ୍ୟକ୍ଷେତ୍ରରେ ସଫଳ ରୁପାୟନ କରି ସମଗ୍ର ଓଡିଶାକୁ ଏକ ସୁନାର ଓଡିଶା ଭାବରେ ସାରା ଭାରତବର୍ଷରେ ପ୍ରତିଷ୍ଠିତ କରିଛନ୍ତି । ବ୍ଲକ୍‌ ଅଧ୍ୟକ୍ଷା ସୁନନ୍ଦା ସାହୁ ମହିଳା ମାନଙ୍କ ଉନ୍ନତି କଳ୍ପେ ମାନ୍ୟବର ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ବିଭିନ୍ନ ସଫଳ ଓ ଯୁଗାନ୍ତକାରୀ ପଦକ୍ଷେପ ଉପରେ ପୁଂଖାନୁପୁଂଖ ଆଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

2 × 3 =