ପ୍ରସିଦ୍ଧ ମାଘ ମେଳା ପାଇଁ ପ୍ରଥମ ସମନ୍ୱୟ ବୈଠକ

0 69

ପୁରୀ : କୋଣାର୍କ ମାଘ ମେଳା ପୁରୀ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା ଚଳିତ ବର୍ଷ ଲକ୍ଷ୍ୟାଧିକ ଶ୍ରନ୍ଧାଳୁଙ୍କୁ ଆଖିରେ ରଖି ଚନ୍ଦ୍ରଭାଗା ପୁଷ୍କରଣୀକୁ ଓ ମାଘ ପଡିଆ ସିସିଟିଭିରେ ଛାଉଣୀ କରାଯିବା ସହ ଲକ୍ଷାଧିକ ଶ୍ରନ୍ଧାଳୁ କିପରି ଆସି ମାଘମେଳା ବୁଲିଯିବେ ଓ ତ୍ରୀର୍ଥ ପୁଷ୍କରିଣୀରେ ସ୍ନାନ କରି ସୂର୍ଯ୍ୟ ମନ୍ଦିର,ନବଗ୍ରହ ବୁଲିଯିବେ ସେଥିପାଇଁ ଜିଲ୍ଲା ପ୍ରଶାସନ ଚିନ୍ତାରେ ଥିବା ବେଳେ ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ ବୈଠକ କୋଣାର୍କ ଯାତ୍ରୀନିବାସରେ ଅନୁଷ୍ଠିତ ହୋଇଛି । ଆଉ ମାତ୍ର ୧୫ ଦିନ ପରେ ମାଘମେଳା ଥିବାରୁ ଜରୁରୀ କାଳିନ ଭିତରେ ତ୍ରୀର୍ଥ ପୁଷ୍କରିଣୀ ଖନନ କରିବା ସହ ପିଇବା ପାଣିର ସୁବିଧା, ଆଲୋକ ସଜା, ରାସ୍ତାଘାଟ ମରାମତିକୁ ଦୃଷ୍ଟି ଆକର୍ଷଣ କରିବାକୁ ସମସ୍ତ ଅଫିସରଙ୍କୁ ତାଗିଦ୍‌ କରିଛନ୍ତି ଜିଲ୍ଲା ପ୍ରଶାସନ । ପୋଲିସ ପକ୍ଷରୁ ଗତବର୍ଷ ପରି ସର୍ବମୋଟ ୩୦ ପ୍ଲାଟୁନ ଫୋର୍ସ ୩୦ ଜଣ ଡିଏସ୍‌ପି ,୧୦୦ ଜଣ ଆଇଆଇସି ସହ ପୁରୀ ଆରକ୍ଷୀ ଅଧିକାରୀ ଉପସ୍ଥିତ ରହିବାର ବ୍ୟବସ୍ଥା ରହିଛି । ଶ୍ରଦ୍ଧାଳୁ ମାନେ କିପରି ଭୁବନେଶ୍ୱରରୁ ବାହାରି ବଡ ଗାଡି ଗୁଡିକୁ ଭଗବତୀ ମହାବିଦ୍ୟାଳୟ ପଡିଆରେ ରଖିବାକୁ କୁହାଯାଇଛି । କାରଗୁଡିକ ହେଲିପ୍ୟାଡରେ ରଖି ସେଠାରୁ ଚାଲିଚାଲି ଚନ୍ଦ୍ରଭାଗା ପୁଷ୍କରିଣୀ ଯାଇ ବୁଡ ପକାଇ ପାରିବେ ଶ୍ରନ୍ଧାଳୁ । ସେହିପରି ପୁରୀରୁ ଆସୁଥିବା ଗାଡି ଗୁଡିକୁ ରାମଚଣ୍ଡୀଠାରେ ରଖିବା ପାଇଁ ଧାର୍ଯ୍ୟ କରାଯାଇଛି । ଯେପରି କୌଣସି ଅଘଟଣ ନ ହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରିବା ପାଇଁ ଧାର୍ଯ୍ୟ କରାଯାଇଛି । ପ୍ରସିଦ୍ଧ ମାଘ ବୁଡ଼ ପାଇଁ ଓଡିଶାର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ନିକଟକୁ ଆସିବା ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ତା ସହିତ କୋଣାର୍କ ସୂର୍ଯ୍ୟ ମନ୍ଦିର, ନବଗ୍ରହ ପିଠକୁ ମଧ୍ୟ ଡାକବଙ୍ଗଳା ଛକରେ ପ୍ରବେଶ କରିବା ସହ ନବଗ୍ରହ ଗେଟର ପ୍ରସ୍ଥାନ ପାଇଁ ଧାର୍ଯ୍ୟ କରାଯାଇଛି ମାଘମେଳା ଦୁଇଦିନ ସମସ୍ତ ଅବକାରୀ ଦୋକାନ ବନ୍ଦ ରହିବା ସହ ସବୁ ସ୍ଥାନରେ ଗାଡ଼ି ଯାଞ୍ଚ କରିବାକୁ ପୋଲିସ ବିଭାଗ ଓ ଅବକାରୀ ବିଭାଗ ଦାୟିତ୍ୱ ନେଇଛନ୍ତି । ଶାନ୍ତିଶୃଙ୍ଖଳା ସହ ଲକ୍ଷାଧିକ ଶ୍ରନ୍ଧାଳୁ ଓ ଭକ୍ତ ମାଘମେଳାରେ ଚନ୍ଦ୍ରଭାଗା ପୀଠରେ କିପରି ବୁଡ ପକାଇ ଫେରିଯିବେ । ସେଥିପାଇଁ ଜିଲ୍ଲା ପ୍ରଶାସନର ଚିନ୍ତାର କାରଣ ହୋଇଛି । ଅପେକ୍ଷା ମାତ୍ର ୧୬ଦିନ ପରେ ମାଘମେଳାରେ ଶ୍ରନ୍ଧାଳୁ ଓ ସୂର୍ଯ୍ୟ ଭକ୍ତ କିପରି ଶାନ୍ତି ଶୃଙ୍ଖଳାରେ ବୁଡପକାଇ ଫେରିଯିବେ ।

hiranchal ad1
Leave A Reply

Your email address will not be published.

four × 5 =