ବୌଦ୍ଧ ଜିଲ୍ଲାପାଳଙ୍କ କାରକୁ ରାସ୍ତାରେ ଅଟକାଇ ସମସ୍ୟା ଜଣାଇଲେ ମହିଳା

0 95

ବୌଦ୍ଧ : ଆଜି ଅପରାହ୍ନ ୨ ଘଣ୍ଟିକା ସମୟରେ ବୌଦ୍ଧ ବ୍ଲକ୍‌ କାର୍ଯ୍ୟାଳୟରୁ ଜିଲ୍ଲାପାଳ ଜେ ସୋନାଲ ନିଜ କାର୍ଯ୍ୟାଳୟକୁ ଫେରୁଥିବା ସମୟରେ ତାଙ୍କ କାରକୁ ରାସ୍ତାରେ ଅଟକାଇ ମହିଳାମାନେ ତାଙ୍କର ସମସ୍ୟା ଜଣାଇଥିଲେ । ଦୀର୍ଘ ୨ ମାସ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଗରୀବ ଜନସାଧାରଣ ବ୍ଲକ୍‌ କାର୍ଯ୍ୟାଳୟ ଆଗରେ ଅହୋରାତ୍ର ଧାରଣା ଦେଉଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ମହିଳାମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ସେହିପରି ବୌଦ୍ଧ ଆଞ୍ଚଳିକ ପରିବହନ ଅଧିକାରୀ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ହେତୁ ତାଙ୍କର ବଦଳି ଦାବି କରିଥିଲେ । ଜିଲ୍ଲାପାଳ ଶ୍ରୀ ସୋନାଲ ଆନ୍ଦୋଳନକାରୀ ମାନଙ୍କୁ ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଆଲୋଚନା କରିବାକୁ କହିଥିଲେ । ଫଳରେ ମହିଳା ମାନେ ଜିଲ୍ଲାପାଳଙ୍କ ଗାଡିକୁ ଛାଡି ଦେଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

20 − 16 =