ପୁରୀରୁ ଅଯୋଧ୍ୟା ଚାଲିବ ସ୍ୱତନ୍ତ୍ର ଟ୍ରେନ : ରେଳମନ୍ତ୍ରୀ

0 72

ପୁରୀ: ପୁରୀ ଶରଧାବାଲିଠାରେ ଓଡ଼ିଶା ତଥା ସମଗ୍ର ଭାରତ ପାଇଁ ୨୬ଟି ଜାତୀୟ ରାଜପଥ ପ୍ରକଳ୍ପ ଲୋକାର୍ପଣ କରି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା କରିଛନ୍ତି । ପୁରୀରୁ ଅଯୋଧ୍ୟା ସ୍ୱତନ୍ତ୍ର ଟ୍ରେନ ଚାଲିବ । ଜୁଲାଇ – ଅଗଷ୍ଟ ମାସରେ ଏହି ଟ୍ରେନ ଶୁଭାରମ୍ଭ ହେବ । ବହୁ ପ୍ରତିକ୍ଷୀତ ପୁରୀରୁ କୋଣାର୍କ ମଧ୍ୟ ଶୀଘ୍ର ଟ୍ରେନ ଚଳାଚଳ କରିବ । ସେହିପରି ସାତପଡ଼ାରୁ ଜହ୍ନିକୁଡ଼ା ଉପକୂଳ ରାଜପଥ ପାଇଁ ଆଜି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ଘୋଷଣା କରିଛନ୍ତି ।
ପୁରୀର ବହୁ ପ୍ରତିକ୍ଷୀତ ସିଦ୍ଧମହାବୀର ରେଳ ଓଭରବ୍ରିଜ ପାଇଁ ଆଜି ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି । ଶରଧାବାଲି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଭି.ସି ମାଧ୍ୟମରେ ଯୋଗଦେଇ ସିଦ୍ଧମହାବୀର ରେଳ ଓଭରବ୍ରିଜ ଓ ସାତପଡ଼ାରୁ ଜହ୍ନିକୁଡ଼ା ଉପକୂଳ ରାଜପଥ ଘୋଷଣା କରିଛନ୍ତି । ଏହି ସଭାରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ,ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ , ଜାତୀୟ ରାଜପଥ ଓ ସଡକ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସମଗ୍ର ଦେଶରେ ୬୬୦୦ କୋଟି ଟଙ୍କା ବ୍ୟୟରେ ୨୮ଟି ଜାତୀୟ ରାଜପଥ ପାଇଁ ଭୂମିପୂଜା ଓ ଲୋକାର୍ପଣ ଉତ୍ସବ କରାଯାଉଛି । ଏହା ମଧ୍ୟରେ ୨୮୦୫ କୋଟି ବ୍ୟୟରେ ୧୮୬ କି.ମି ଲମ୍ବ ୨ ଟି ଜାତୀୟ ରାଜପଥ ଓ ୩୮୨୮ କୋଟି ଟଙ୍କା ବ୍ୟୟରେ ୨୪୩ କି.ମି ଲମ୍ବ ୨୬ ଟି ଜାତୀୟ ରାଜପଥ ରହିଛି । ଦୀର୍ଘ ଦିନ ଧରି ସାତପଡ଼ା – ଜହ୍ନିକୁଦା ସଂଯୋଗ ପାଇଁ ଦାବୀ ହୋଇଆସୁଥିଲା । ଉଭୟ ପାର୍ଶ୍ୱରେ ୨.୫ କି.ମି ବ୍ରିଜ ସହ ୨.୫ କି.ମି ରାସ୍ତା ପାଇଁ ଆଜି କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରି ଭିସି ଯୋଗେ ଘୋଷଣା କରିଛନ୍ତି ।

hiranchal ad1
Leave A Reply

Your email address will not be published.

17 − 12 =