ବାଲିଗୁଡା ବ୍ଲକରେ ୮ କେନ୍ଦ୍ରରେ ୧୪୩୩ଜଣ ଦେଲେ ମ୍ୟାଟ୍ରିକ ପରୀକ୍ଷା

0 244

ବାଲିଗୁଡା: ଆଜିଠୁ ଆରମ୍ଭ ହୋଇଛି ମ୍ୟାଟ୍ରିକ ପରୀକ୍ଷା । ଏଥିରେ ବାଲିଗୁଡା ବ୍ଲକରେ ୮ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୩୪୫୬ ଜଣରୁ ୧୪୩୩ ଜଣ ପରୀକ୍ଷା ଦେଇଛନ୍ତି । ବାଲିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟକୁ ନୋଡାଲ କେନ୍ଦ୍ର କରାଯାଇଛି । ଏହାକୁ ସୁରକ୍ଷା ବଳୟରେ ରଖାଯାଇଛି । ଆଜି ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ହୋଇଯାଇଛି । ବାଲିଗୁଡା ବ୍ଳକର ୮ଗୋଟି ପରୀକ୍ଷା କେନ୍ଦ୍ର ଗୁଡିକ ହେଲା ସରକାରୀ ଉଚ୍ଚ ବିଦ୍ୟାଳୟ, ବାଲିଗୁଡାରେ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାଲିଗୁଡାରେ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ(ଏଏସଡି) ବଡଗାଁରେ, ସରକାରୀ ଉଚ୍ଚ ବିଦ୍ୟାଳୟ(ଏସଏସଡି),ବାଟାଗୁଡାରେ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ ବାରଖମାରେ ସରକାରୀ ଉଚ୍ଚ ବିଦ୍ୟାଳୟ(ଏସଏସଡି) ସୁତ୍ରାରେ ଗିରିଜନ ହାଇସ୍କୁଲ ଋତୁଙ୍ଗିଆ, ସରକାରୀ ଉଚ୍ଚ ବିଦ୍ୟାଳୟ,(ଏସଏସଡି) ପରମପାଙ୍ଗାଠାରେ ପରୀକ୍ଷା କେନ୍ଦ୍ର ହୋଇଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । କୌଣସି ପରୀକ୍ଷା କେନ୍ଦ୍ର ସମ୍ବଦନଶୀଳ ନୁହଁ । ଆଜି ପ୍ରଥମ ଦିନରେ କପି କିମ୍ବା ଅନ୍ୟ କିଛି ବିଶୃଙ୍ଖଳା ହୋଇନାହିଁ ପ୍ରଧାନଶିକ୍ଷକଙ୍କ ବ୍ୟତୀତ ଅନ୍ୟ କୌଣସି ଶିକ୍ଷକ/ଶିକ୍ଷୟତ୍ରୀ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେଉନାହାନ୍ତି । ସେଥି ନିମନ୍ତେ ପୂର୍ବରୁ ବାରଣ କରାଯାଇଛି ।

hiranchal ad1
Leave A Reply

Your email address will not be published.

20 − 6 =