ଇଭିଏମ ଓ ଭିଭିପାଟର ପ୍ରଥମ ରାଣ୍ଡମାଇଜେସନ ଅନୁଷ୍ଠିତ

0 106

ପୁରୀ : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ବା ଏନଆଇସି ସମ୍ମିଳନୀ କକ୍ଷରେ ଇଭିଏମ ଓ ଭିଭିପାଟର ପ୍ରଥମ ରାଣ୍ଡମାଇଜେସନ କରାଯାଇଥିଲା । ନିର୍ବାଚନ କମିଶନର ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଏହି ରାଣ୍ଡମାଇଜେସନ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏହା ସମ୍ପନ୍ନ ହୋଇଥିଲା । ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ପୂର୍ବରୁ ଭାରତର ନିର୍ବାଚନ କମିଶନ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରୁ ମିଳିଥିବା ସମସ୍ତ ଇଭିଏମ ଓ ଭିଭିପାଟକୁ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗରୁମରେ ରଖାଯାଇଥିଲା ବୋଲି କହିଥିଲେ । ବର୍ତ୍ତମାନ ସମସ୍ତ ଇଭିଏମ ଓ ଭିଭିପାଟର ପ୍ରଥମ ରାଣ୍ଡମାଇଜେସନ ବା ଫାଷ୍ଟ ଲେଭଲ ରାଣ୍ଡମାଇଜେସନ କମ୍ପ୍ୟୁଟର ମାଧ୍ୟମରେ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶରେ କରାଯାଉଛି । ମୋଟ ଇଭିଏମ ଓ ଭିଭିପାଟ ମଧ୍ୟରୁ ରାଣ୍ଡମାଇଜେସନ ପରେ ଏହାକୁ ଲୋକସଭା ଓ ବିଧାନସଭା ୱାରୀ ବଛା ଯାଇଛି । ପରବର୍ତ୍ତୀ ସମୟରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ପୁନଃ ରାଣ୍ଡମାଇଜେସନ ମାଧ୍ୟମରେ ବାଲାଟ ୟୁନିଟ, କଣ୍ଟ୍ରୋଲ ୟୁନିଟ ଓ ଭିଭିପାଟର ସଂଯୁକ୍ତ ଓ ପରବର୍ତ୍ତୀ ସମୟରେ ଏହା ନିର୍ଦ୍ଦିଷ୍ଟ ବୁଥ ୱାରୀ ରାଣ୍ଡମାଇଜେସନ କରାଯିବ । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟର ମାଧ୍ୟମରେ କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ଏ ସମସ୍ତ ପ୍ରକ୍ରିୟାରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ସଂପୃକ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ମାନେ ନିଶ୍ଚିତ ଉପସ୍ଥିତ ରହିବାକୁ ଅନୁରୋଧ କରିଥିଲେ । ରାଣ୍ଡମାଇଜେସନରେ ଉପସ୍ଥିତ ଥିବା ରାଜନୈତିକ ଦଳର ପ୍ରତିନିଧିମାନେ ପ୍ରକ୍ରିୟାରେ ସନ୍ତୋଷ ବ୍ୟକ୍ତ କରିଥିଲେ । ପରେ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତିରେ ରାଣ୍ଡମାଇଜେସନ ତାଲିକା ଆଧାରରେ ଇଭିଏମ ଗୋଦାମ ବା ଷ୍ଟ୍ରଙ୍ଗ ରୁମ ଖୋଲାଯାଇ ବିଧାନସଭା ୱାରୀ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗ ରୁମରେ ସଂପୃକ୍ତ ଇଭିଏମ ଓ ଭିଭିପାଟକୁ ରଖାଯାଇଥିଲା । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ତଥା ୧୦୫-କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ୧୦୯- ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ତଥା ୧୦୬-ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ୧୦୮-ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପ୍ରିୟରଞ୍ଜନ ପୃଷ୍ଟି, ଅତିରିକ୍ତ ଉପଜିଲ୍ଲାପାଳ ତଥା ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନିଳମାଧବ ମାଝୀ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ମନୀଷା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ରର ଡିଆଇଓ ବିଶ୍ୱନାଥ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ନିର୍ବାଚନ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 × 5 =