କଡା ସୁରକ୍ଷା ବଳୟରେ ଇଭିଏମ

0 211

ଚମ୍ପୁଆ,୨୭/୫: ୨୦୨୪ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଶେଷ ହୋଇଛି । ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ୭୭.୪୦ ମତଦାତା ମାନେ ମତଦାନ ସାବ୍ୟସ୍ଥ କରିଛନ୍ତି । ବର୍ତ୍ତମାନ ପ୍ରାର୍ଥୀ ମାନଙ୍କ ଭାଗ୍ୟ ଇଭିଏମ ଭିତରେ ରହିଥିବା ବେଳେ ଚଳିତ ନିର୍ବାଚନରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଗତ ୨୫ ତାରିଖ ଦିନ ଅନୁଷ୍ଠିତ ଏହି ନିର୍ବାଚନ ଶେଷ ପରେ ସ୍ଥାନୀୟ ଚନ୍ଦ୍ରଶେଖର ମହାବିଦ୍ୟାଳୟଠାରେ କେନ୍ଦ୍ରିୟ ସୁରକ୍ଷାବଳଙ୍କ ଦାୟିତ୍ୱରେ କଡା ସୁରକ୍ଷା ବଳୟରେ ଇଭିଏମକୁ ରଖାଯାଇଛି । ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ୨୫୨ ଗୋଟି ବୁଥ୍‌ରେ ଏହି ନିର୍ବାଚନ ହୋଇଥିବା ବେଳେ ମହିଳାଙ୍କ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା କରାଯାଇ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ସଖି ବୁଥମାନ ଖୋଲାଯାଇଥିଲା । ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୩୦ ହଜାର ୫୩୨ଜଣ ଭୋଟର ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୧ଲକ୍ଷ ୧୪ ହଜାର ୬୧୪ ଜଣ ପୁରୁଷ ଓ ୧ଲକ୍ଷ ୧୫ହଜାର ୯୧୨ଜଣ ମହିଳା ସମେତ ୭ଜଣ ଟ୍ରାନ୍ସଜେଣ୍ଡର ରହିଛନ୍ତି । ଚଳିତ ନିର୍ବାଚନରେ ୧ଲକ୍ଷ ୮୨ହଜାର ୧୮୪ଜଣ ଭୋଟର ଭୋଟ ଦାନ କରିଛନ୍ତି । ନିର୍ବାଚନ ପରିଚାଳନା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି ।

hiranchal ad1
Leave A Reply

Your email address will not be published.

eighteen − 14 =