୨୯ରେ ପବିତ୍ର ଭଉଁରୀ ଯାତ୍ରା, ସଂଯୋଗ ହେବ ଚକ ଓ ଅଖ

0 104

ପୁରୀ : ଆଉ ଦିନକପରେ ପବିତ୍ର ଭଉଁରୀଯାତ୍ରା । ଭଉଁରୀ ଯାତ୍ରା ରେ ମହାପ୍ରଭୁଙ୍କ ଆଜ୍ଞା ମାଳ ଆସିବା ପରେ ଚକ ଅଖ ସଂଯୋଗ କରାଯିବାର ବିଧି ରହିଛି କ୍ଷ ରବିବାର ଦିନ ତିନି ରଥର ଅଖ କାମ ଅନୁକୂଳ ହୋଇଛି । ମହାପ୍ରଭୁଙ୍କ ମାଳ ମାହାର୍ଦ୍ଦ ସମର୍ପଣ କରି ବିଶ୍ୱକର୍ମାମାନେ ନାହାକା ଅଖ ତିଆରି ଆରମ୍ଭ କରିଛନ୍ତି । ଅଖର ୨ ପାର୍ଶ୍ୱକୁ ଚଉପଟ ପରେ ବାରି ଚଳାଇ ଗୋଲେଇ କରାଯାଉଛି । ପ୍ରତି ରଥର ନାହାକ ଅଖ କାମ ଚାଲିଛି । ଧଉରା କାଠରେ ତିଆରି ହେଉଛି ଅଖ । ୨୯ ତାରିଖ ଭଉଁରୀ ଉତ୍ସବରେ ଚକ ଓ ଅଖ ସଂଯୋଗ ହେବ ।
ପବିତ୍ର ଭଉଁରୀ ତିଥିରେ ଛକ ଅଖ ଡେରା ନୀତି ପାଳିତ ହେବାକୁ ଥିବାରୁ ରଥ ଖଳା ଚଳଚଞ୍ଚଳ ହୋଇଉଠିଛି । ରଥ ଖଳାରେ ଚାଲିଛି ଚକ ଫିଟିଂ । ରଥର ନାହାକା ଚକରେ ପଇତା ପିନ୍ଧାଯାଇଛି । ଚକର ସୌନ୍ଦର୍ଯ୍ୟ ବୃଦ୍ଧି କରେ ପଇତା । ପହିର ମଝି ଅଂଶରେ ଅଢେଇ ଇଞ୍ଚର ଏକ ବିଟ ଭଳି ଚକ୍ରାକାର ବଳୟ ହେଉଛି ‘ପଇତା’ । ବାରିସିରେ ହାଣି ନିପୁଣ ବିଶ୍ୱକର୍ମାମାନେ ଏହାକୁ ତିଆରିଛନ୍ତି । ଭଉଁରୀ ଉତ୍ସବ ପାଇଁ ୬ ଚକ ପ୍ରସ୍ତୁତ ସରିଥିବା ବେଳେ ନାହାକା ଅଖ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି ବୋଲି ନିର୍ମାଣକାରୀ ସେବକ କହିଛନ୍ତି । ସେପଟେ ରୂପକାର ଚାଲିରେ ରୂପକାର ସେବକ ମାନେ ସିଂହବିରାଳ ଓ ଗଜବିରାଳ ମୂର୍ତ୍ତି ତିଆରିରେ ବ୍‌ଯସ୍ତ ରହିଛନ୍ତି । ରୂପ ଖୋଦେଇ ଶେଷ ହୋଇଥିବା ରୂପ ଗୁଜ ଗୁଡିକରେ ପାଲିସ କାର୍ଯ୍ୟ ମଧ୍ୟ ଜାରି ରଖିଛନ୍ତି
ରଥ ଖଳାରେ ଏବେ ଚକ କାମ ଉପରେ ଜୋର ଦିଆଯାଉଛି । ତିନି ରଥର ୨ଟି ଲେଖାଏଁ ନାହାକା ଚକ ଓ ପଡ଼ି ନାହାକା ଚକ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇଛି । ସେପଟେ ସାନଉଛୁଳା ଚକ କାମ ଜାରି ରହିଥିବାବେଳେ ଭୂଇଁର ଚଉତା କାଠ ତଥା ଅରମୁଣ୍ଡି କାଟୁଛନ୍ତି ବିଶ୍ୱକର୍ମା । ସାଲଗୁଜ, ତୀଖଗୁଜ, ଜଳଯନ୍ତ୍ର ଚଉପଟ ଚାଲିଛି । ବିଶ୍ୱକର୍ମାମାନେ ଧଉରା କାଠ ଚଉପଟ କରି ଯୋଗାଉଛନ୍ତି । ଆଜି ସୁଦ୍ଧା ରଥ ତ୍ରୟର ପ୍ରାୟ ୧୨ରୁ ଉଦ୍ଧ୍ୱର୍ ଚକ ସରିଥିବାବେଳେ ସିଙ୍ଗଡ଼ା ବାଡ଼ିଆ ପଦ୍ଧତିରେ ତୁମ୍ବ ସହ ଅର ଯୋଡ଼ି ରଥଖଳାକୁ ବୋହି ନେଉଛନ୍ତି ଭୋଇ ସେବକ । ରଥଖଳାରେ ବିଲେଇ ବାଡ଼ିଆ ପଦ୍ଧତିରେ ଚକ ପ୍ରସ୍ତୁତ ହେଉଛି । ଆଜି ସୁଦ୍ଧା ୧୮ଟିର ସିଙ୍ଗଡ଼ା ପ୍ରସ୍ତୁତ ହୋଇଥିବା କହିଛନ୍ତି ଭୋଇ ସେବକ ସେପଟେ ଦୋଳ ବେଦୀ ଠାରେ ଦୁଇଜଣ ପାହି ମହାରଣା ରଥଯାତ୍ରା ରେ ମହାପ୍ରଭୁଙ୍କ ନୀତି ପାଇଁ ଆବଶ୍ୟକ କାଠ ବାଉଁଶ ନିର୍ମିତ ସାମଗ୍ରୀ ନିର୍ମାଣ କରୁଛନ୍ତି ମହାପ୍ରଭୁଙ୍କ ଅନବସର ପଇତା ବୋଳା ପାଇଁ ୩୦ ଟି କାଠି ଏବଂ ୨୦ ଟି ନଳ ପ୍ରସ୍ତୁତ ଶେଷ କରି ବେଶ ଘୋଡ଼ିଆ, ଚାଙ୍ଗଡ଼ା ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ କରୁଛନ୍ତି
ପବିତ୍ର ଭଉଁରୀ ପାଇଁ ୩ ରଥର ୬ ଚକ ଓ ତିନୋଟି ଅଖ ଡେରା ଯିବାର ବିଧି ରହିଛି । ଏଥି ନିମନ୍ତେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଛନ୍ତି ନିର୍ମାଣକାରି ସେବକ ମାନେ ।

hiranchal ad1
Leave A Reply

Your email address will not be published.

five − one =