ଟଳିଲା ବଡ଼ ଧରଣର ବିପଦ, କୁମ୍ବିଂ ଅପରେସନ୍‌ ବେଳେ ଟିଫିନ୍‌ ବୋମା ଉଦ୍ଧାର

0 139

ବାଲିଗୁଡ଼ା : କମ୍ବିଂ ଅପରେସନ ବେଳେ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯବାନ । ଯବାନଙ୍କୁ ଟାର୍ଗେଟ କରି ଘଞ୍ଚ ଜଙ୍ଗଲରେ ଲ୍ୟାଣ୍ଡ ମାଇନ୍ସ ଖଞ୍ଜିଥିଲେ ମାଓବାଦୀ । ଘଟଣାସ୍ଥଳରୁ ଦୁଇଟି ଟିଫିନ୍‌ ବୋମା ସହ ବହୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଥିବା ଜଣାପଡ଼ିଛି । କୋଟଗଡ଼ ଥାନା ଡଙ୍ଗାଗୁଡା ଗାଁ ନିକଟସ୍ଥ ଲାସେରୀ ସଂରକ୍ଷିତ ଜଙ୍ଗଲରେ କୁମ୍ବିଂ ଅପରେସନ୍‌ କରୁଥିବା ବେଳେ ଟିଫିନ୍‌ ବୋମା ଓ ବହୁ ପରିମାଣର ବିସ୍ଫୋରକ ସାମଗ୍ରୀ ମିଳିଥିବା ଜଣାପଡ଼ିଛି । କୋଟଗଡ଼ ଥାନାର ବିଭିନ୍ନ ଅଞ୍ଚଳରେ ମାଓ ଗତିବିଧି ସକ୍ରିୟ ଥିବା ନେଇ ଗୁଇନ୍ଦା ରିପୋର୍ଟ ଆଧାରରେ ଏସ୍‌ଓଜି, ସିଆରପିଏଫ୍‌ ଓ ଡିଭିଏଫ୍‌ ଜବାନ୍‌ କୋଟଗଡ଼ ଥାନା ଅଞ୍ଚଳରେ କୁମ୍ବିଂ ଅପରେସନ୍‌ ଯାରି ରଖିଛନ୍ତି । ଏହାକୁ ନେଇ ପୂର୍ବ ଯୋଜନା ମୁତାବକ ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ୍ସ ବିଛାଇଥିଲା ଲାଲବାହିନୀ । ଅପେରସନ୍‌ ବେଳେ ଉକ୍ତ ଜଙ୍ଗଲରେ କିଛି ବିସ୍ଫୋରକ ଥିବା ସନ୍ଦେହ କରିଥିଲେ ଯବାନ । ଯବାନ ଓ ଡଗ ସ୍କ୍ୱାଡ଼ ଦ୍ୱାରା ଜୀବନ୍ତ ଲ୍ୟାଣ୍ଡ ମାଇନ୍ସକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଏଥି ସହିତ ଲାସେରୀ ସଂରକ୍ଷିତ ଜଙ୍ଗଲରୁ ବହୁ ବିସ୍ଫୋରକ ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି । କୋଟଗଡ଼ ଥାନା ଅଞ୍ଚଳରେ ନିର୍ବାଚନ ପୁର୍ବରୁ ପୋଷ୍ଟର ଯାରି କରି ନିଜର ସ୍ଥିତି ଜାହିର କରିଥିବା ବେଳେ ଗତକାଲି ଦୁର୍ଗାପଙ୍ଗା ପଞ୍ଚାୟତର ବାଡ଼ିପଙ୍ଗା ଗାଁର ମେଟଲା ରଇତ ମାଝୀ ନାମକ ଜଣେ ଯୁବକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲା ସିପିଆଇ ମାଓବାଦୀ ସଂଗଠନର ବାଘୁନା ଡିଭିଜନାଲ କମିଟି । ଅନ୍ୟପଟେ ଯବାନଙ୍କୁ ଟାର୍ଗେଟ କରି ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଅନୁମାନ କରାଯାଉଛି ।

hiranchal ad1
Leave A Reply

Your email address will not be published.

one × three =