ଯାତ୍ରୀବାହୀ ବସ୍‌ “ସାଲୁଙ୍କି’ ଦୁର୍ଘଟଣାଗ୍ରସ୍ତ ; ୪ ମୃତ, ଅନେକ ଆହତ

0 2,660

ଫୁଲବାଣୀ : ମୁନିଗୁଡ଼ାରୁ ଫୁଲବାଣୀ ଅଭିମୁଖେ ଆସୁଥିବା “ସାଲୁଙ୍କି’ ନାମକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପ୍ରାପ୍ତ ସୂଚନା ଯାହା ରହିଚି ଯାତ୍ରୀବାହୀ ବସ ସାଲୁଙ୍କି ମୁନିଗୁଡ଼ାରୁ ୫୦ ରୁ ଊର୍ଦ୍ଧ୍ୱ ଯାତ୍ରୀ ନେଇ ଫୁଲବାଣୀ ଅଭିମୁଖେ ଆସୁଥିବା ବେଳେ ଫିରିଙ୍ଗିଆ କାଳିଆ ସାହି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ପଡିଥିଲା । ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ୍‌ ଆହତ ହୋଇଥିବା ଖବର ରହିଛି । ଗୁରୁତର ଅବସ୍ଥାରେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଆଉ ଦୁଇଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଅତ୍ୟଧିକ ଗୁରୁତର ମାନଙ୍କୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା ଜାରି ରହିଛି ।

hiring

ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲାରେ ଘଟିଛି। ରାତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବ୍ୟାଘାତ ହେଉଛି

hiranchal ad1
Leave A Reply

Your email address will not be published.

five × two =