ହରଭଙ୍ଗା ବ୍ଲକରେ କାଳ ବୈଶାଖୀ ପ୍ରଭାବ

0 247

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ହଠାତ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିବା ସହ ବହୁ ଧନଜୀବନ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉ କି ହରଭଙ୍ଗା ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତରେ ଏହି କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା । ପବନର ବେଗ ଖୁବ ଜୋର ଥିବାରୁ ଗଛପତ୍ର ଭାଙ୍ଗିବା ସହ ପୂର୍ତ୍ତବିଭାଗ ରାସ୍ତା ଗୁଡ଼ିକ ଅବରୋଧ ହୋଇଥିଲା । ସେହିପରି ହରଭଙ୍ଗା ପଞ୍ଚାୟତର ଡିଆଁଘାଟ ଗ୍ରାମରେ ବିଶେଷ ଭାବେ କ୍ଷୟକ୍ଷତି କରିଥିବା ସୂଚନା ମିଳିଛି । ଉକ୍ତ ଗ୍ରାମର ବିଭୀଷଣ ମହାକୁଡ଼, କ୍ଷୀର ମହାକୁଡ଼ ଓ ଜାଇଗ ନାୟକଙ୍କ ଘର,ଏବଂ ଧର୍ମା ପାତ୍ରଙ୍କ ଗାଈଗୁହାଳ ଉପରେ ଗଛପଡ଼ି ଭାଙ୍ଗି ଯାଇଛି । ଅନ୍ୟପଟେ ମହିଳା ସଶକ୍ତିକରଣ ପାଇଁ ମା ଗ୍ରାମପତି ମହିଳା ସ୍ୱୟଂସହାୟକ ଗୋଷ୍ଠି ଡିଆଁଘାଟଙ୍କ ୨୦୦୦ କ୍ଷମତା ବିଶିଷ୍ଟ କୁକୁଡ଼ା ଫାର୍ମ ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ ହୋଇଯାଇଛି । ବହୁ କୁକୁଡ଼ା ମରିଯାଇଛନ୍ତି । ଉକ୍ତ ଫାର୍ମ ଟି ପ୍ରାଣୀପାଳନ ବିଭାଗ ପକ୍ଷରୁ କରଜ କରି ଏହି ସ୍ୱୟଂ ସହାୟକ ଗୋଷ୍ଠି ତିଆରି ଥିଲେ । ଏବେ ଋଣ କେମିତି ପରିଶୋଧ କରିବେ ସେ ନେଇ ଚିନ୍ତିତ ଅଛନ୍ତି ଏହି ସ୍ୱୟଂ ସହାୟକ ଗୋଷ୍ଠି । ତେଣୁ କ୍ଷତି ଗ୍ରସ୍ତ ପରିବାରକୁ ଚି଼ହ୍ନଟ କରି ଜିଲ୍ଲା ପ୍ରଶାସନ କ୍ଷତି ପୂରଣ ସହାୟତା ଦେବା ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।

hiranchal ad1
Leave A Reply

Your email address will not be published.

3 + 6 =