ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ, ଜଣେ ଗିରଫ

0 46

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବନବିଭାଗ ପକ୍ଷରୁ ମାଖାପଦର ପଞ୍ଚାୟତ ଅନ୍ତର୍ଗତ କୋପିଆ ଠାରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ କରିବା ସହ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଗିରଫ ବ୍ୟକ୍ତି ଜଣକ କୋପିଆ ନିବାସୀ ବିରେନ୍ଦ୍ର ମେହେର(୩୭) ବୋଲି ଜଣାପଡିଛି । ପ୍ରାପ୍ତ ଖବର ଅନୁସାରେ ସିନାପାଲି ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ବନାଞ୍ଚଳ ଅଧିକାରୀ ଜଗତାନନ୍ଦ ମଙ୍ଗରାଜଙ୍କ ନେତୃତ୍ୱରେ ପୂର୍ବାହ୍ଣ ୯ଟା ସମୟରେ କୋପିଆ ନିବାସୀ ବିରେନ୍ଦ୍ର ମେହେରଙ୍କ ଘରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବିରେନ୍ଦ୍ର ଘରୁ ଲକ୍ଷାଧିକ ଟଙ୍କାର ଶାଗୁଆନ କାଠ ଜବତ କରିବା ସହିତ ବିରେନ୍ଦ୍ର ମେହେରଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ମାମଲା ରୁଜ୍ଜୁ କରି ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଉକ୍ତ ଚଢ଼ାଉରେ ସିନାପାଲି ବନାଞ୍ଚଳ ଅଧିକାରୀ ଶ୍ରୀ ମଙ୍ଗରାଜଙ୍କ ସମେତ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ନାଏକ, ଚୁଡାନାଥ ସରଫ,ତ୍ରିବିକ୍ରମ ନାଏକ, ରଞ୍ଜନ ସାହୁ ରମାନାଥ ରାଉତ, ଫରେଷ୍ଟଗାର୍ଡ ରାଜେଶ ହରିଜନ ପ୍ରମୁଖ ଙ୍କ ସହ ବିଭାଗୀୟ ସମସ୍ତ ଅଧିକାରୀ କର୍ମଚାରୀ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

one + 19 =